Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର, ଯୁବକ ଜୀବନ୍ତ ଦଗ୍ଧ

ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର, ଯୁବକ ଜୀବନ୍ତ ଦଗ୍ଧ

ଗୁଣପୁର, (ସତ୍ୟପାଠବ୍ୟୁରୋ): ଟ୍ରକକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଗଲା କାର। ନିଆଁ ଲାଗି କାରରେ ଥିବା ଜଣେ ଯୁବକ ସମ୍ପୂର୍ଣ୍ଣ ଜଳିଯାଇଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଣପୁର ଦେଓନଗର ଅଞ୍ଚଳର ଅମରନାଥ ପାତ୍ର (୨୭)। ଅମରନାଥ କାର୍ ଯୋଗେ ବିଶାଖାପାଟଣା ବିମାନବନ୍ଦର ଅଭିମୁଖେ ଯାଉଥିବା ସମୟରେ ପେନ୍ଦୁର୍ତ୍ତି ଆନନ୍ଦପୁର ହାଇୱେର ସତର ଜଙ୍ଗସନ ନିକଟରେ ଏକ ଟ୍ରକକୁ ଧକ୍କା ଦେଇଥିଲେ।

ଧକ୍କା ପରେ କାରଟି ଡିଭାଇଡରରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ଅମରନାଥ ଗାଡ଼ି ଭିତରେ ଅଚେତ ହୋଇପଡ଼ିଥିବା ବେଳେ ହଠାତ୍ କାରରେ ନିଆଁ ଲାଗିଯାଇଥିଲା। ଫଳରେ ସେ କାରରୁ ବାହାରି ନପାରିବାରୁ ଗାଡ଼ି ସହ ଜଳିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ଅମରନାଥଙ୍କ ପିତା ପି. ମୋହନ ରାଓ ପାତ୍ର ଗୁଡ଼ାରୀ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରି ଅବସର ନେଇଥିବା ଜଣାପଡ଼ିଛି। କିଛିଦିନ ତଳେ ଅମରନାଥ ଓ ତାଙ୍କ ପରିବାର ବିଶାଖାପାଟଣାରେ ନୂଆ ଘର କରି ସେଠାରେ ରହୁଥିଲେ। ଅମରନାଥଙ୍କ ଏଭଳି ଅକାଳ ବିୟୋଗରେ ଗୁଣପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୁଣପୁର କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Satya Patha