Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୦ ଜୀବନ୍ତ କଇଁଛ ଉଦ୍ଧାର; ମାଫିଆ ଫେରାର

୨୦୦ ଜୀବନ୍ତ କଇଁଛ ଉଦ୍ଧାର; ମାଫିଆ ଫେରାର

କାଲିମେଳା: କାଲିମେଳା ଓ ଏମଭି ୭୯ ବନ ବିଭାଗର ଏକ ମିଳିତ ଚଢ଼ାଉରେ ମିଳିଛି ଅପୂର୍ବ ସଫଳତା। ବିକ୍ରି ପୂର୍ବରୁ ଜବତ କଲେ ୨୦୦ ଜୀବନ୍ତ କଇଁଛ। କୁର୍ତୀ ସେକ୍ସନ ଅନ୍ତର୍ଗତ ଏମଭି ୬୨ ଗ୍ରାମ ନିକଟରେ ଥିବା ଏକ ଜଙ୍ଗଲରେ ଏକ ବୋଲେରୋ ଗାଡି ଭିତରେ ଅଖା ବସ୍ତାରେ ଲୁଚେଇ ରଖା ଯାଇଥିବା ୨୦୦ ଜୀବନ୍ତ କଇଁଛକୁ ବନ ବିଭାଗ ଜବତ କରିଥିବାର ସୂଚନା ମିଳିଛି।

ଯେଉଁ ବୋଲେରୋ ଗାଡ଼ିଟି ସେହିସବୁ କଇଁଛକୁ ଧରି ବିକିବାକୁ ଆସିଥିଲା, ତାହା ଧରାପଡ଼ିଛି; ମାତ୍ର ଗାଡ଼ିର ଚାଳକ କି ଅଭିଯୁକ୍ତ ବ୍ୟବସାୟୀଙ୍କ ଭିତରୁ କେହି ଧରାପଡ଼ିଲେନି।

ପୁଲିସ କହୁଛି ଯେ ଗାଡ଼ି ଛାଡ଼ି ମାଫିଆ ଫେରାର ହୋଇଯାଇଛି। ମାତ୍ର ସ୍ଥାନୀୟ ବାସିନ୍ଦା କହନ୍ତି; ମାଫିଆ ନିକଟରୁ ବଢ଼ିଆ ମାଲ ପାଇ ପୁଲିସ ଛାଡ଼ି ଦେଇଛି। କୋଉଟା ସତ? ତେବେ ଖାକି ପୋଷାକ ପିନ୍ଧିଥିବାରୁ ପୁଲିସର ଦାବିକୁ ସତ ମଣିବାକୁ ବାଧ୍ୟ ହୋଇଛି ଗଣମାଧ୍ୟମ।

ପୁଲିସ ମୁତାବକ, ଏହି ସବୁ କଇଁଛ ଆନ୍ଧ୍ରପ୍ରଦେଶରୁ ଏମଭି ୬୨ ଗ୍ରାମକୁ ଆସୁଥିଲା। ଏହି ସବୁ କଇଁଛକୁ ମାଫିଆମାନେ କମ ମୂଲ୍ୟରେ କିଣି ଜିଲ୍ଲାରେ ଚଢା ଦରରେ ବିକ୍ରି କରିଥାନ୍ତେ। ଜବତ କଇଁଛର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ; ବନବିଭାଗ ସୂତ୍ରରୁ ଜଣା ପଡିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News