Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୦୨୬ ନିର୍ବାଚନ ଭୋଟ୍‌ ଗଣନା ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ

୨୦୨୬ ନିର୍ବାଚନ ଭୋଟ୍‌ ଗଣନା ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ

ଭୁବନେଶ୍ୱର: ଆସାମ, କେରଳ, ତାମିଲନାଡୁ, ପୁଡୁଚେରୀ ଓ ପଶ୍ଚିମବଙ୍ଗ ସାଧାରଣ ନିର୍ବାଚନ ବିଧାନସଭା ତଥା ୨୦୨୬ ମସିହାର ଉପ-ନିର୍ବାଚନ ନିମନ୍ତେ ନିଯୁକ୍ତ ଗଣନା ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍‌ ଗୋପାଳନଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନ ଡ ଭବାନୀ ଶଙ୍କର ଚୟାନୀ ପର୍ଯ୍ୟବେକ୍ଷକମାନଙ୍କୁ ଗଣନା ପ୍ରକ୍ରିୟାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ। ଏହି ବିବୃତିରେ ମୁଖ୍ୟତଃ ନିର୍ବାଚନ କମିଶନଙ୍କ ଗାଇଡଲାଇନର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଗଣନା କେନ୍ଦ୍ରରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ପର୍ଯ୍ୟବେକ୍ଷକମାନେ କିଭଳି ଭୂମିକା ଗ୍ରହଣ କରିବେ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ ଭାବରେ, ଗଣନା ପ୍ରୋଟୋକଲ୍‌ର ସଠିକ୍‌ ପାଳନ, ଆଇନଗତ ବ୍ୟବସ୍ଥା, ଇଭିଏମ ଓ ଭିଭିପାଟ ମେସିନର ସୁରକ୍ଷିତ ପରିଚାଳନା ଏବଂ ରିୟଲ-ଟାଇମ୍‌ ରିପୋର୍ଟିଂ ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି।
ନିର୍ବାଚନ ପ୍ରକ୍ରିୟାର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା ଏବଂ ଗଣନା ସମୟରେ କୌଣସି ପ୍ରକାର ତ୍ରୁଟି ନହେବା ପାଇଁ ପର୍ଯ୍ୟବେକ୍ଷକ ମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ, ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌ ଏସ୍‌ ଗୋପଲନଙ୍କ ସମେତ ଅତିରିକ୍ତ ସିଇଓ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ଼ ଲକ୍ଷ୍ମୀପ୍ରସାଦ ସାହୁ, ଡେ଼ପୁଟି ସିଇଓ ଅନାମିକା ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News