Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୫ କୋଟି ବର୍ଷ ପୂର୍ବେ

୨୫ କୋଟି ବର୍ଷ ପୂର୍ବେ

କ୍ଷିଣ ଆଫ୍ରିକାରୁ ଆବିଷ୍କୃତ ଏକ ଜୀବାଶ୍ମର ଅଧ୍ୟୟନରୁ ପ୍ରମାଣିତ ହୋଇଛି ଯେ ମଣିଷର ସ୍ତନ୍ୟପାୟୀ ସମ୍ପର୍କୀୟମାନେ ସୁଦୂର ଅତୀତରେ ଅଣ୍ଡାରୁ ଜନ୍ମ ନେଉଥିଲେ। ଜୀବାଶ୍ମ ପାଲଟିଥିବା ସେହି ସ୍ତନ୍ୟପାୟୀମାନଙ୍କର ଏକ ପୂର୍ବପୁରୁଷ। ଯଦିଓ ଆମର ପ୍ରାଗୈତିହାସିକ ପୁର୍ବ ପୁରୁଷଙ୍କ ଭିତରୁ କିଛି ଜାତି ଅଣ୍ଡା ଦେଉଥିଲେ ବୋଲି ଗବେଷକମାନେ କହି ଆସୁଥିଲେ, ତାହାର ପ୍ରମାଣ ମିଳି ନଥିଲା।

ଅକ୍ଷୟ ତୃତୀୟାରେ ବୃଷରେ ପ୍ରବେଶ…

ବେଲପଣା ପିଇଲେ ଶରୀରକୁ ମିଳେ ଏହି…

ଓଡ଼ିଆ ଭାଷା ପ୍ରୀତି ପ୍ରଦର୍ଶନ କଲେ…

ଚିତ୍ରରେ ପ୍ରଦର୍ଶିତ ଏହି ଅଣ୍ଡା ଜୀବାଶ୍ମଟି ୨୦୦୮ରେ ଆବିଷ୍କୃତ ହୋଇଥିଲା। ସେତେବେଳେ ଏହାର ଆଭ୍ୟନ୍ତରୀଣ ସଂରଚନା ଅଧ୍ୟୟନ କରିବାର ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ନଥିଲା। ଏବେ ଅତ୍ୟାଧୁନିକ ଏକ୍ସ-ରେ ସିଟି ସ୍କାନରୁ ସ୍ପଷ୍ଟ ହୋଇଛି ଯେ ଏହା ହେଉଛି ଅଣ୍ଡାରୁ ଫୁଟିବା ପୂର୍ବରୁ ମୃତ୍ୟୁବରଣ କରିଥିବା ଏକ

ଲିଷ୍ଟ୍‌ରୋସରୋସ୍‌ ଶାବକର ଜୀବାଶ୍ମ। ୨୫.୨ କୋଟି ବର୍ଷ ପୂର୍ବେ ଆଗ୍ନେୟ ଉଦ୍‌ଗିରଣ କାରଣରୁ ପୃଥିବୀର ୯୦ ପ୍ରତିଶତ ଜୀବ ମୃତ୍ୟୁବରଣ କରିଥିଲେ। ତେବେ ଅଣ୍ଡା ଭିତରେ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିକଶିତ ହୋଇପାରୁଥିବାରୁ ସେହି ବିନାଶ କାଳରେ ଏହି ସ୍ତନ୍ୟପାୟୀ ଜୀବମାନେ ତିଷ୍ଠି ରହି ପାରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ବର୍ତମାନ ପୃଥିବୀର ମାତ୍ର ଦୁଇଟି ସ୍ତନ୍ୟପାୟୀ ଜୀବ ଅଣ୍ଡା ଦିଅନ୍ତି। ସେମାନେ ହେଲେ ପ୍ଲାଟିପସ୍‌ ଓ ଏକିଡ୍‌ନା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News