Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି

୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି

ଭୁବନେଶ୍ୱର: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ପ୍ରଥମ ଗରା ଜଳ ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୫ ହଜାର ଟଙ୍କାରୁ ନିଲାମ ଡକାଯାଇଥିଲା। ହେଲେ ଚଳିତ ବର୍ଷ ଏତେ ମୂଲ୍ୟରେ କେହି ନେବାକୁ ରାଜି ନ ହେବାରୁ ସର୍ବନିମ୍ନ ମୂଲ୍ୟ ୧୧ ହଜାର ଟଙ୍କାକୁ ହ୍ରାସ କରାଯାଇଥିଲା।

ସାଧାରଣତଃ ପୂର୍ବବର୍ଷଗୁଡ଼ିକରେ ମରୀଚି କୁଣ୍ଡ ଜଳକୁ ନେବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥାଏ। ହେଲେ ଏ ବର୍ଷ ଖୁବ୍‌ କମ୍‌ ସଂଖ୍ୟକ ଶ୍ରଦ୍ଧାଳୁ ନିଲାମ ଡାକ ସମୟରେ ଉପସ୍ଥିତ ରହିଥିବାରୁ ନିଲାମରେ ବାଧା ସୃଷ୍ଟି ହୋଇଥିଲା।

୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି। ବରମୁଣ୍ଡା ହାଉସିଂ ବୋର୍ଡର ଜିତେନ୍ଦ୍ର ବିଶାଳ ନେଇଛନ୍ତି ପ୍ରଥମ ନିଲାମ। ବିଶ୍ୱାସ ରହିଛି ଯେ, ଏହି ମରୀଚି କୁଣ୍ଡ ପାଣିରେ ଗାଧୋଇ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କଲେ ନିଃସନ୍ତାନ ମହିଳା ସନ୍ତାନ ପ୍ରାପ୍ତ ହେବା ସହ ତାଙ୍କ ମନସ୍କାମନା ପୂରଣ ହୋଇଥାଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News