Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଘାତ ହେବା ସତ୍ତ୍ୱେ ବୋଲିଂ ପାଇଁ ଫେରିଲେ ସିରାଜ

ଆଘାତ ହେବା ସତ୍ତ୍ୱେ ବୋଲିଂ ପାଇଁ ଫେରିଲେ ସିରାଜ

ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ କ୍ୟାଚ୍‌ ଧରିବା ବେଳେ ଛାତିରେ ଆଘାତ ପାଇ ପଡ଼ିଆ ଛାଡ଼ିଥିଲେ।ତାଙ୍କୁ ଚିକିତ୍ସା ପାଇଁ ଦିଆଯାଇଥିଲା ।ତେବେ ଚିକିତ୍ସା ପରେ ସେ ପୁଣି ପଡ଼ିଆକୁ ଫେରି ଭାରତ ପାଇଁ ବୋଲିଂ କରିଥିଲେ।

ମାନବ ସୁଥାରଙ୍କ ବୋଲିଂରେ ଶ୍ରୀଲଙ୍କା ଯୁବ ବ୍ୟାଟର ପାସିନ୍ଦୁ ସୂରିଆବନ୍ଦରାଙ୍କ କ୍ୟାଚ୍‌ ନେବାକୁ ଯାଇ ସିରାଜ ଭାରସାମ୍ୟ ହରାଇ ଛାତି ଉପରେ ପଡ଼ିଥିଲେ। ଯନ୍ତ୍ରଣା ଅନୁଭବ କରିବାରୁ ବିସିସିଆଇର ମେଡିକାଲ ଟିମ୍‌ ତୁରନ୍ତ ପଡ଼ିଆକୁ ଆସିଥିଲା।

ଆଘାତ ଯୋଗୁଁ କିଛି ସମୟ ପାଇଁ ସିରାଜ ପଡ଼ିଆ ବାହାରକୁ ଯାଇଥିଲେ। ତେବେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଆଶଙ୍କା ମଧ୍ୟରେ ସେ ପୁଣି ଦ୍ୱିତୀୟ ସେସନର ଶେଷ ଭାଗରେ ବୋଲିଂ କରିବାକୁ ଫେରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News