Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଇଆର୍‌ସିଟିସିକୁ ଓ କ୍ୟାଟରିଂ କମ୍ପାନିକୁ ଜରିମାନା

ଆଇଆର୍‌ସିଟିସିକୁ ଓ କ୍ୟାଟରିଂ କମ୍ପାନିକୁ ଜରିମାନା

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ଦହିରେ ପୋକ ମିଳିବା ଅଭିଯୋଗ ଆସିବା ପରେ ଭାରତୀୟ ରେଳ ମନ୍ତ୍ରଣାଳୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ମନ୍ତ୍ରଣାଳୟ ଆଇଆର୍‌ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ।

ଭିଡିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ଜଣକ ଏହା ମଧ୍ୟ ଦାବି କରିଥିଲେ ଯେ, ଅନ୍ୟ ଯାତ୍ରୀମାନଙ୍କୁ ଦିଆଯାଇଥିବା ଦହିରେ ମଧ୍ୟ ପୋକ ମିଳିଛି।ଯାତ୍ରୀଙ୍କୁ ଦିଆଯାଇଥିବା ଅମୂଲ ଦହିରେ ପୋକ ଭାସୂଥିବାର ଦେଖିବାକୁ ମିଳିଥିଲା। ଯାତ୍ରୀ ରିତେଶ କୁମାରଙ୍କ ଅଭିଯୋଗ ଆଧାରରେ, ରେଳ ମନ୍ତ୍ରଣାଳୟ କଡା ପଦକ୍ଷେପ ଗ୍ରହଣ କରିଛି।

ଆପଣ ବି ଖରାଦିନେ ଏହି ସବୁ ଖାଦ୍ୟ…

ମାଇଗ୍ରେନ୍‌ ବଢାଏ ହର୍‌ମୋନାଲ୍‌…

ମିଛ କହିଲେ ଶରୀରର କେଉଁ ଅଙ୍ଗ…

ଭାରତର ସ୍ୱିଜର୍‌ଲାଣ୍ଡ

ରେଳ ମନ୍ତ୍ରଣାଳୟ କହିଛି, ୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌?ରେ ମିଳିଥିବା ଖାଦ୍ୟର ଗୁଣବତା ସମ୍ବନ୍ଧୀୟ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଅଭଯଯୋଗ ପାଇଁ ଦାୟୀ ମାନଙ୍କର ଚୁକ୍ତିନାମା ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ସୁରକ୍ଷା ଏବଂ ଗୁଣବତା ଆମର ପ୍ରାଥମିକତା।

ଭାରତୀୟ ରେଳବାଇର ଜଣେ ମୁଖପାତ୍ର ମଧ୍ୟ କହିଛନ୍ତି ଯେ ଏହି ବିଷୟକୁ ହାଲୁକା ଭାବରେ ନିଆଯିବ ନାହିଁ। ଗୁଣାତ୍ମକ ସେବା ବଜାୟ ରଖିବା ଏକ ପ୍ରାଥମିକତା। ସେ ବ୍ୟାଖ୍ୟା କରିଥିଲେ ଯେ ଯାତ୍ରୀମାନେ ଉନ୍ନତ ସୁବିଧା ଆଶା କରୁଥିବାରୁ, ବିଶେଷକରି ବନ୍ଦେ ଭାରତ ଭଳି ପ୍ରିମିୟମ୍‌ ଟ୍ରେନଗୁଡ଼ିକରେ ଉଚ୍ଚମାନର ସେବା ଏବଂ ପରିଷ୍କାର ପରିଚ୍ଛନ୍ନତା ସୁନିଶ୍ଚିତ କରିବା ପାଇଁ କଠୋର ନିୟମ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News