Dailyhunt
ଆଇଟିବିପିର ପ୍ରତିଷ୍ଠା ଦିବସରେ ହିମବୀରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଆଇଟିବିପିର ପ୍ରତିଷ୍ଠା ଦିବସରେ ହିମବୀରମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଇଟିବିପିର ପ୍ରତିଷ୍ଠା ଦିବସରେ ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅେଇଟିବିପିକୁ ବୀରତା ଏବଂ ସମର୍ପଣର ପ୍ରତୀକ ଭାବେ ପ୍ରଶଂସା କରିଛନ୍ତି । ସେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଥିଲେ ଯାହାକି ଲୋକଙ୍କ ମନରେ ଅତ୍ୟନ୍ତ ଗର୍ବର ଭାବନା ପ୍ରେରିତ କରିଥାଏ ।

ଶ୍ରୀ ମୋଦୀ ଏକ୍ସ ରେ ଲେଖିଛନ୍ତି:

"ଆଇଟିବିପି ହିମବୀର ଏବଂ ସେମାନଙ୍କ ପରିବାରଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା । ବୀରତ୍ୱ ଏବଂ ସମର୍ପଣ ଭାବନାର ପ୍ରତୀକ ଭାବେ ଏହା ଅଗ୍ରଣୀ ହୋଇ ରହିଛି । ବିପଦପୂର୍ଣ୍ଣ ଭୂଭାଗ ଏବଂ କଠିନ ପାଣିପାଗ ସ୍ଥିତି ସମେତ ବିଭିନ୍ନ ସମୟରେ ସେମାନେ ଆମକୁ ସୁରକ୍ଷା ଦେଇଥାନ୍ତି । ଏଥିସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ପ୍ରଚେଷ୍ଟା ଓ ଉଦ୍ଧାର କାର୍ଯ୍ୟ ଲୋକଙ୍କ ମନରେ ଗର୍ବର ଭାବନା ଆଣିଥାଏ । @ITBP_official"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News