Dailyhunt
ଆମ ସମ୍ବିଧାନ ଆମ ସ୍ବାଭିମାନ

ଆମ ସମ୍ବିଧାନ ଆମ ସ୍ବାଭିମାନ

ଭୁବନେଶ୍ୱର: ଆଜି ନଭେମ୍ବର ୨୬ ତାରିଖ।ସମ୍ବିଧାନ ଦିବସ । ଏହି ଅବସରରେ ସ୍ଥାନୀୟ ଏଜି ଛକ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସମ୍ବିଧାନ ହେଉଛି ଆମ ସ୍ଵାଧୀନ ଭାରତର ପୁଣ୍ୟ ଗ୍ରନ୍ଥ। ଦେଶର ମାର୍ଗ ଦର୍ଶକ। ଦେଶର ସବୁ ଆଇନ, କାନୁନ୍, ବିଧି ବ୍ୟବସ୍ଥାର ମୁଖ୍ୟ ସ୍ରୋତ ।

ସମ୍ବିଧାନର ମୂଲ୍ୟବୋଧ ପ୍ରତି ସଚେତନ ରହି ସବୁ ନାଗରିକ ନିଜ ନିଜର ମୌଳିକ କର୍ତ୍ତବ୍ୟକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଉପସ୍ଥିତ ସଦସ୍ୟ ଗଣ ପ୍ରଥମେ ସମ୍ବିଧାନ ଚିଠା ପ୍ରସ୍ତୁତ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ ଭୀମ ରାଓ ଅମ୍ୱେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ମ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ଜନ ସାଧାରଣଙ୍କୁ ସମ୍ବିଧାନର ମୁଖବନ୍ଧ କୁ ପାଠ କରାଇ ଥିଲେ। ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମ୍ବିଧାନ ସଭାର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସମ୍ବିଧାନ ଚିଠା ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷ ଡକ୍ଟର ବାବା ସାହେବ୍ ଆମ୍ବେଦକର ଓ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ସମ୍ବିଧାନ ଆମ ପାଇଁ ଏକ ଆଶୀର୍ବାଦ। ଏହା ଜାତି-ଧର୍ମ, ଧନୀ - ଗରିବ, ପୁରୁଷ - ନାରୀ ନିର୍ବିଶେଷରେ ସମସ୍ତଙ୍କୁ ସମ୍ମାନ ଅଧିକାର ଦେଇଛି।ତେଣୁ ଆମେ ଆମର ସମ୍ବିଧାନ ନିର୍ମାତା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଚିତ୍ ବୋଲି ସେ କହିଥିଲେ। ସେ କହିଥିଲେ ଯେ ସମ୍ବିଧାନ ଆମ ଦେଶର ଏକତା ଓ ଅଖଣ୍ଡତାର ମୂଳ ସ୍ରୋତ। ସେଥିପାଇଁ ଆମ ସମସ୍ତଙ୍କୁ ସମ୍ବିଧାନରେ ଥିବା ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ପାଳନ କରିବା ଆବଶ୍ୟକ। ଦେଶର ସାର୍ବଭୌମତ୍ୱ, ଏକତା ଓ ସଂହତି ପ୍ରତି ଆମେ ପ୍ରତି ମୁହୂର୍ତ୍ତରେ ସଚେତନ ରହିବା ଆବଶ୍ୟକ।

ନୌସେନା ଦିବସ ଅବସରରେ ଭାରତୀୟ…

ସୁଗମ୍ୟ ଭାରତ ଅଭିଯାନର ୯ ବର୍ଷ…

ଦେଶର ପ୍ରଥମ ରାଷ୍ଟ୍ରପତି ଭାରତ…

ଡିସେମ୍ବର ୩ରୁ ୭ ପର୍ଯ୍ୟନ୍ତ ଓଡ଼ିଶା…

ଆମ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ। ଦେଶର ଐତିହ୍ୟର ସୁରକ୍ଷା ପାଇଁ ମଧ୍ୟ ଦାୟିତ୍ବବାନ ହୋଇ କାମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏଜି ଛକ ଠାରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏକ ପଦ ଯାତ୍ରାରେ ଯାଇଥିଲେ। ପଦ ଯାତ୍ରାରେ ' ଆମ ସମ୍ବିଧାନ ଆମ ସ୍ବାଭିମାନ ' ଧ୍ଵନି ଦେଇ ସମସ୍ତେ ଉତ୍ସାହର ସହ ପଦ ଯାତ୍ରାରେ ଯାଇଥିଲେ। କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ଵାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହଲିଙ୍ଗ, କ୍ରୀଡା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ, ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ପୂର୍ବତନ ମନ୍ତ୍ରୀ ଶ୍ରୀ ମନ ମୋହନ ସାମଲ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗର ପ୍ରମୁଖ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ନେହେରୁ ଯୁବ କେନ୍ଦ୍ରର ସ୍ଵେଚ୍ଛାସେବୀ, କ୍ରୀଡାବିତ୍, ଛାତ୍ର ଛାତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତି ଯୋଗ ଦେଇଥିଲେ। ଛାତ୍ରଛାତ୍ରୀ ମାନେ ପଥ ପ୍ରାନ୍ତ ନାଟକ, ଓ ଅନ୍ୟାନ୍ୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News