Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି: ମୃତ ଛାତ୍ରୀଙ୍କ ପରିବାରକୁ ସହାୟତା

ଆଶ୍ରମ ବିଦ୍ୟାଳୟରେ ଝାଡ଼ାବାନ୍ତି: ମୃତ ଛାତ୍ରୀଙ୍କ ପରିବାରକୁ ସହାୟତା

ୟୁରଭଞ୍ଜ: କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତିରେ ଚିକିତ୍ସାଧୀନ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୃତ ଛାତ୍ରୀଙ୍କ ପରିବାର ଉଦ୍ଦେଶ୍ୟରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ସଂପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ।

ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି।

ସୂଚନା ଥାଉକି, ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗାଁ ଅମର୍ଦ୍ଦା ପଂଚାୟତସ୍ଥ କାକବନ୍ଧ ଆଶ୍ରମ ବିଦ୍ୟାଳୟରେ ବିଷାକ୍ତ ଖାଦ୍ୟ ଖାଇ ୧୪୫ରୁ ଅଧିକ ଛାତ୍ରଛାତ୍ରୀ ଝାଡା, ବାନ୍ତି, ଜର, ମୁଣ୍ଡ ଓ ପେଟବ୍ୟଥାରେ ଶିକାର ହୋଇ ରବିବାର ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିଲେ। ଦିନ ୯ରୁ ରାତି ତମାମ ଅସୁସ୍ଥ ଛାତ୍ରଛାତ୍ରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା। ଜିଲ୍ଲାପାଳଙ୍କୁ ଦୁଇଟି ସ୍ୱତନ୍ତ୍ର ଟିମ୍‌ ଭେଟି କାକବନ୍ଧ ଆଶ୍ରମ ସ୍କୁଲକୁ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରି କେଉଁ ପରିସ୍ଥିତିରେ ଏତେ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ତଦନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ପରିସ୍ଥିତି ପାଇଁ ଯିଏ ବି ଦାୟୀ ରହିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ ମହାପାତ୍ର ପ୍ରକାଶ କରିଥିଲେ।

ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ…

ସବୁ ରାଜ୍ୟ ଲୋକସଭାରେ ଦୁଇଗୁଣ ଆସନ…

ମକାଚାଷୀଙ୍କ ପ୍ରତି ରାଜ୍ୟ ସରକାର…

ରେଙ୍ଗାଲଜୁରୀ ଓ ଚଙ୍ଗରିଆ ଗାଁରେ…

ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାତି ଅଧରେ ଆସି ରାସଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଚିକିତ୍ସାଧୀନ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଭେଟିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ।

ସି.ଡି.ଏମ.ଓ ପ୍ରତିକ୍ରିୟାରେ କହିଛନ୍ତି ଯେ ଏବେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସି ନଥିବାରୁ ସେମାନଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି। ଛାତ୍ରଛାତ୍ରୀ ଖାଇଥିବା ଖାଦ୍ୟର ଟେଷ୍ଟ ରିପୋର୍ଟ ଦୁଇତିନି ଦିନ ମଧ୍ୟରେ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ।

ରବିବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବନ୍ଦୋବସ୍ତ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News