Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସିଲା ରାଉରକେଲା ବିମାନ ଦୁର୍ଘଟଣା ରିପୋର୍ଟ

ଆସିଲା ରାଉରକେଲା ବିମାନ ଦୁର୍ଘଟଣା ରିପୋର୍ଟ

ରାଉରକେଲା: ଗତ ଜାନୁଆରୀ ୧୦ରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ୍‌ ଏୟାର ବିମାନ ଲାଠିକଟା ଜଳଦା ନିକଟରେ ଖସି ପଡିଥିଲା। ପାଇଲଟ, କୋ ପାଇଲଟ ଓ ଚାରି ଯାତ୍ରୀ ଗୁରୁତର ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବାଇ ଏୟାର ଲିଫ୍ଟ ପୂର୍ବରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ।

ମାସକ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ରିପୋର୍ଟ ଅନୁସାରେ, ତେଲ କମ୍‌ରୁ କାମ କରି ନଥିଲା ଇଞ୍ଜିନ। ଶୁଖିଲା ନଦୀରେ ବିମାନକୁ ଓହ୍ଲାଇବାକୁ ଚାଳକ ଉଦ୍ୟମ କରିଥିଲେ, କିନ୍ତୁ ବିମାନର ଉଚ୍ଚତା କମ୍‌ ଥିବାରୁ ଖାଲି ପଡିଆରେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ସେଠାରେ ଏକ ଗଛ ସହ ଧକ୍କା ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News