Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଭିନେତା ଟାଇଗରଙ୍କୁ ଗୁଳିମାଡ଼

ଅଭିନେତା ଟାଇଗରଙ୍କୁ ଗୁଳିମାଡ଼

ବଲିଉଡ୍‌ ଅଭିନେତା ଟାଇଗର ଶ୍ରାଫ୍‌ଙ୍କ ଉପରେ ଗୁଳିମାଡ଼ ହୋଇଛି। ମୁମ୍ବାଇର ଜୁହୁସ୍ଥିତ ପୁଷ୍ପା ପାର୍କରେ ଦୁର୍ବୃତ୍ତମାନେ ଏହି ଗୁଳିମାଡ଼ କରିଛନ୍ତି। ପ୍ରାଥମିକ ରିପୋର୍ଟ ଅନୁସାରେ ୩ଜଣ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଅତି ନିକଟରୁ ଗୁଳିମାଡ଼ କରିଥିଲେ। ଟାଇଗର ଶ୍ରାଫ୍‌ଙ୍କ ଉପରକୁ ଗୁଳିମାଡ଼ ଘଟଣା ଆଜି ସନ୍ଧ୍ୟାରେ ଘଟିଛି।

କିନ୍ତୁ ଏହା ପୂର୍ବରୁ ତାଙ୍କୁ ହତ୍ୟା ପାଇଁ ମଧ୍ୟ ଧମକ ମିଳିଥିଲା। ପୁଲିସ ସୂଚନାପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଭିନେତା ଟାଇଗର ଶ୍ରାଫ୍‌ ସୁସ୍ଥ ଅଛନ୍ତି। ପୁଲିସ ମାମଲାର ତଦନ୍ତ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News