Dailyhunt
ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ କ'ଣ କରନ୍ତି?

ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ କ'ଣ କରନ୍ତି?

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ପ୍ରତିବର୍ଷ ଅଗଷ୍ଟ ୧୫ ତାରିଖରେ ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ କ'ଣ କରନ୍ତି? ଚଳିତ ଅଗଷ୍ଟ ୧୫ ତାରିଖରେ କ'ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି?

ଅଗଷ୍ଟ ୧୫ ତାରିଖ ଦିନ ଆମେ ଜାତୀୟ ପତାକାକୁ ଉତୋଳନ କରୁ । ଜାତୀୟ ପତାକାକୁ ଦଉଡ଼ି ସହାୟତାରେ ଗୋଟିଏ ଖୁଂଟଟିର ତଳପାଖରେ ଲଗାଯାଇଥାଏ । ମୁଖ୍ୟ ଅତିଥି ଦଉଡ଼ିର ଗୋଟିଏ ପାଖ ଟାଣି ଚାଲନ୍ତି । ପତାକାଟି ଖୁଂଟଟିର ତଳପାଶ୍ୱର୍ରୁ ଉପରକୁ ଉଠିଚାଲେ । ପତାକାଟି ଖୁଂଟଟିର ଶୀର୍ଷ ଭାଗକୁ ଛୁଇଁବା ପରେ ଅତିଥି ମହୋଦୟ ଉକ୍ତ ଦଉଡ଼ିଟିକୁ ଖୁଂଟରେ ବାନ୍ଧି ଦିଅନ୍ତି ।

ମନେରଖନ୍ତୁ, କେବଳ ଅଗଷ୍ଟ ୧୫ ତାରିଖରେ ଜାତୀୟ ପତାକାକୁ ଉତୋଳନ କରାଯାଏ । ଜାନୁୟାରୀ ୨୬ ତାରିଖରେ ଉତୋଳନ କରାଯାଏନା । ମହାମାନ୍ୟ ରାଷ୍ଟ୍ରପତି ମହୋଦୟ ସେଦିନ ଜାତୀୟ ପତାକାକୁ ଫରଫର ଉଡ଼ାନ୍ତି । ଉତୋଳନ କରନ୍ତିନି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News