Dailyhunt
ଅଗ୍ରଣୀ ଭୂମିକା ପାଇଁ ଭାରତକୁ ସମ୍ମାନିତ କଲା ୟୁଏନଏଫପିଏ

ଅଗ୍ରଣୀ ଭୂମିକା ପାଇଁ ଭାରତକୁ ସମ୍ମାନିତ କଲା ୟୁଏନଏଫପିଏ

ସଂଯୁକ୍ତ ରାଷ୍ଟ୍ର ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ) ମାତୃ ସ୍ୱାସ୍ଥ୍ୟ ଓ ପରିବାର ନିୟୋଜନକୁ ଆଗକୁ ବଢ଼ାଇବା ଦିଗରେ ଭାରତର ଅଗ୍ରଣୀ ଭୂମିକାକୁ ମାନ୍ୟତା ପ୍ରଦାନ କରିଛି । ୟୁଏନଏଫପିଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ନତାଲିଆ କାନେମ ଫଳକ ଓ ମାନପତ୍ର ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ପୁଣ୍ୟ ସଲିଳା ଶ୍ରୀବାସ୍ତବଙ୍କୁ ସମ୍ମାନିତ କରିଛନ୍ତି ।

ମହିଳାଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ କ୍ଷେତ୍ରରେ ଭାରତ ସହ ସହଭାଗିତା ପାଇଁ ୟୁଏନଏଫପିଏର ଅତୁଟ ପ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ମାତୃ ମୃତ୍ୟୁ ହାରକୁ ଶୂନ୍ୟକୁ ହ୍ରାସ କରିବା ଉଦ୍ଦେଶ୍ୟରେ ମାତୃ ମୃତ୍ୟୁରେ ସୁଧାର ଆଣିବାକୁ ଅନେକ ଗୁଡ଼ିକ କାର୍ଯ୍ୟକ୍ରମ କରୁଛି । ଏହା ମଧ୍ୟରେ ସୁରକ୍ଷିତ ମାତୃତ୍ୱ ଆଶ୍ୱାସନା ଯୋଜନା (ସୁମନ), ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମଏସଏମଏ) ଏବଂ ମିଡୱାଇଫ ବା ଧାଈ ସେବା ଯୋଜନା ଅନ୍ତର୍ଭୁକ୍ତ ।

ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ସଚିବ ଏବଂ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଆରାଧନା ପଟ୍ଟନାୟକ, ପ୍ରଜନନ ଏବଂ ବାଳ ସ୍ୱାସ୍ଥ୍ୟ (ଆରସିଏଚ)ର ସଂଯୁକ୍ତ ସଚିବ ଶ୍ରୀମତୀ ମୀରା ଶ୍ରୀବାସ୍ତବ, ୟୁଏନଏଫପିଏର ଏସିଆ ପ୍ରଶାନ୍ତ କ୍ଷେତ୍ରୀୟ ନିର୍ଦ୍ଦେଶକ ଶ୍ରୀ ପିଓ ସ୍ମିଥ୍ ଏବଂ ୟୁଏନଏଫପିଏର ଭାରତ ପ୍ରତିନିଧି ସୁଶ୍ରୀ ଏଣ୍ଡ୍ରିଆ ଏମ. ଓଜନାରଙ୍କ ଉପସ୍ଥିତିରେ ଡ. କାନେମ ୨୦୦୦ ରୁ ୨୦୨୦ ମସିହା ମଧ୍ୟରେ ମାତୃ ମୃତ୍ୟୁ ଅନୁପାତ (ଏମଏମଆର)କୁ ୭୦% ପର୍ଯ୍ୟନ୍ତ ହ୍ରାସ କରିବ ଦିଗରେ ଭାରତର ଉଲ୍ଲେଖନୀୟ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି । ୨୦୩୦ ମସିହା ପୂର୍ବରୁ ଭାରତ ଏମଏମଆରକୁ ୭୦%ରୁ ତଳକୁ ଆଣିବା ଦିଗରେ ଶତତ ବିକାଶ ଲକ୍ଷ୍ୟ(ଏସଡିଜି) ହାସଲ କରିବା ସ୍ଥିତିକୁ ଆସିଗଲାଣି । ଏହି ପ୍ରଗତି ଯୋଗୁ ଦେଶବ୍ୟାପୀ ହଜାର ହଜାର ମହିଳା, ବିଶେଷ କରି ଗରିବ ଗରିବ ଶ୍ରେଣୀର ମହିଳାଙ୍କ ଜୀବନ ବଞ୍ଚିପାରିଛି । ଭାରତରେ ପରିବାର ନିୟୋଜନ କାର୍ଯ୍ୟକ୍ରମ ନୂତନ ଶୀର୍ଷରେ ପହଞ୍ଚିପାରିଛି । ମୋଟ ପ୍ରଜନନ ହାର ପ୍ରତିସ୍ଥାପନ ସ୍ତର (ଟିଏଫଆର-୨)ରୁ ତଳକୁ ଖସିପାରିଛି । ବିଗତ କିଛି ବର୍ଷ ମଧ୍ୟରେ ସବଡର୍ମାଲ ଇମପ୍ଲାଣ୍ଟ ଏବଂ ଡିପୋଟ ମେଡ୍ରୋପ୍ରୋଜେଷ୍ଟେରୋନ ଆସିଟେଟ(ଡିଏମପିଏ) ଗର୍ଭନିରୋଧକରେ ସାମିଲ ହୋଇଥିବା ବେଳେ ଏହାର ବିସ୍ତାର ଦିଗରେ ୟୁଏନଏଫପିଏ ମହତ୍ୱପୂର୍ଣ୍ଣ ଭୂମିକା ନିଭାଇପାରିଛି ।

ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ…

କିସମିସ୍ ପାଣିର ଉପକାରିତା ବିଷୟରେ…

ନୂତନ ଶ୍ରେଣୀଭୁକ୍ତ ଶାସ୍ତ୍ରୀୟ…

ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ…

ଭାରତ ମାତୃ, ନବଜାତ ଏବଂ ବାଳ ସ୍ୱାସ୍ଥ୍ୟ (ପିଏଏମଏନସିଏଚ) ଏବଂ ପରିବାର ନିୟୋଜନ ୨୦୨୩(ଏଫପି ୨୦୩୦) ବୈଶ୍ୱିକ ସହଭାଗିତାରେ ପ୍ରମୁଖ ସ୍ଥାନ ହାସଲ କରିଥିବାରୁ ବୈଶ୍ୱିକ ପ୍ରଜନନ ସ୍ୱାସ୍ଥ୍ୟ ମଞ୍ଚରେ ମନ୍ତ୍ରାଳୟର ଅଗ୍ରଣୀ ଭୂମିକାକୁ ମାନ୍ୟତା ପ୍ରଦାନ କରାଯାଇଛି ।

ବୈଠକ ଅବସରରେ ଡ.କାନେମ ମହିଳା, ବାଳିକା ଏବଂ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ବଢ଼ାଇବା ଦିଗରେ ଭାରତର ପ୍ରଚେଷ୍ଟାକୁ ସହଯୋଗ କରିବା ପାଇଁ ୟୁଏନଏଫପିଏର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

ୟୁଏନଏଫପିଏ ଭାରତ ସରକାରଙ୍କ ସହ ସହଭାଗିତାର ୫୦ ବର୍ଷ ପୂର୍ତ୍ତିର ଉତ୍ସବ ମନାଉଛି । ଆମ ଦେଶ 'ବିକଶିତ ଭାରତ' ଦୃଷ୍ଟିକୋଣ ଆଡ଼କୁ ଆଗକୁ ବଢ଼ୁଛି ଏବଂ ଏହି ଆୟୋଜନ ଭାରତର ପ୍ରତ୍ୟେକ ମହିଳା ଓ ଯୁବକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଯୁଗ୍ମ ମିାନର ମହତ୍ୱପୂର୍ଣ୍ଣ ଉପଲବ୍ôଧ ।

ଏହି କାର୍ଯ୍ୟକ୍ରମରେ ପରିବାର ନିୟୋଜନ/ଗର୍ଭଧ୍ୟାନ, ପୂର୍ବ ଏବଂ ପ୍ରସବ ପୂର୍ବ ନିଦାନ ପ୍ରଯୁକ୍ତି ଏବିପି ଅତିରିକ୍ତ କମିଶନର ଡ. ଇନ୍ଦୁ ଗ୍ରେୱାଲ, ମାତୃ ସ୍ୱାସ୍ଥ୍ୟ ଏବଂ ଟିକାକରଣ ଅତିରିକ୍ତ କମିଶନର ଡ. ପବନ କୁମାର, ପୋଷଣ ଏବଂ କିଶୋର ସ୍ୱାସ୍ଥ୍ୟ ଡେପୁଟି କମିଶନର ଡ. ଜୋୟା ଅଲ୍ଲୀ ରିଜୱି, ୟୁଏନଏଫପିଏର ପ୍ରତିନିଧି ଏବଂ ବନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News