Dailyhunt
ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ପଦକ

ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ୨ପଦକ

କିରେ ବ୍ରୋଞ୍ଜ, ଜାଭେଲିନ୍ ଥ୍ରୋରେ ରୌପ୍ୟ ହତେଇଛି। ଟୋକିଓ ପରେ ପ୍ୟାରିସ୍‌ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ମେଡାଲ ଜିତିଲା ଟିମ୍‌ ଇଣ୍ଡିଆ । ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି । ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପକ୍ସରେ ପଦକ ଜିତିଲା ଭାରତ। ଦମଦାର ପ୍ରଦର୍ଶନ କରିଥିଲେ ଅଧିନାୟକ ହରମନପ୍ରୀତ ସିଂ।

ଏହା ଥିଲା ଗୋଲକିପର ପି.ଆର ଶ୍ରୀଜେଶଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଏବଂ ଏହି କିମ୍ବଦନ୍ତୀ ଖେଳାଳିଙ୍କୁ ଦଳ ବିଦାୟ ଦେଇଛି।ୱାଲ୍ ଅଫ୍ ଇଣ୍ଡିଆ ନାମରେ ଜଣାଶୁଣା ଶ୍ରୀଜେଶ ଟୋକିଓ ଏବଂ ପ୍ୟାରିସ୍ ଅଲିମ୍ପିକ୍ସରେ ପଦକ ଜିତିଥିବା ଦଳର ଏକ ଅଂଶ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ୨୦୨୫ :…

ରାଜ୍ୟ ସ୍ତରୀୟ ସହିଦ ଦିବସ ଅବସରରେ…

ଜନ ଆରୋଗ୍ୟ ଏବଂ ଗାଁ କଲ୍ୟାଣ ସମିତି…

ସୋରଡା ବ୍ଲକ ରେ ଅନୁଷ୍ଠିତ ହୋଇଥିଲା…

ଭାରତୀୟ ହକି ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା । ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ୱତନ୍ତ୍ର ଭାବେ ମିଳିବ ୪ କୋଟି ଟଙ୍କା । ଏହାସହ ହକି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡିଶା ଆସିବାକୁ କଲେ ନିମନ୍ତ୍ରଣ ।

ସେହିପରି ଜାଭେଲିନ୍ ଥ୍ରୋର ଭାରତକୁ ମିଳିଛି ଏକ ରୌପ୍ୟ ପଦକ। ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ୍ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ଜିତିଛନ୍ତି ନିରଜ୍। ପାକିସ୍ତାନର ଅର୍ଶଦ ନଦିମ ଏକ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ ୮୯.୪୫ ମିଟର ଥ୍ରୋ କରିଥିବା ବେଳେ ଅର୍ସଦ ନଦିମ ୯୨ ମିଟର ପକାଇଥିଲେ । ତେବେ ଏହି ୨ ପଦକ ସହ ଭାରତର ପଦକ ସଂଖ୍ୟା ୫ ରେ ପହଞ୍ଚିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News