ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): କେହି ରହିନାହିଁ ରହିବ ନାହିଁଟି ଭବରଙ୍ଗ ଭୂମିତଳେ । ଏ ଦୁନିଆରେ କେହି ଅମର ବର ପାଇନି । ଜନ୍ମ ନେଇଥିବା ପ୍ରାଣୀ ଦିନେ ନା ଦିନେ ମରିବ ନିଶ୍ଚିତ । ଦେଶରେ ଓ ରାଜ୍ୟରେ ସରକାରୀ କଳକୁ ଚଲାଉଥିବା ର ମରଣ କଥା କେବେ ଭାବୁଛନ୍ତି କି? ଜମାରୁ ଭାବନ୍ତୁନି ।
ଯୋଉଦିନ ଅମଲାତନ୍ତ୍ର ମରିଯିବ । ସେଦିନ ଶାସନର ଚକଅଖ ସବୁ ବନ୍ଦ ହୋଇଯିବ ।
ଅଷ୍ଟ୍ରେଲିଆ-ଭାରତ ପରିଷଦ ବୈଠକ'ରେ…
ବ୍ରିଟିଶ ସରକାର ଚାଲିଗଲା । କିନ୍ତୁ ଅମଲାତନ୍ତ୍ରକୁ ଯୋଉ ଅମର ବର ଦେଇ ଚାଲିଗଲା । ତାକୁ ମାରିବାର କଳାଟି ଭାରତର ରାଜନେତା ଅବା ପ୍ରଶାସକଙ୍କୁ ଶିଖାଇଲାନି ।
ଯା'ର ପରିଣାମ ଆଜିର ଅମଲାତନ୍ତ୍ର ଯୋଉ ଦଳ ଉପରେ ହାତ ରଖୁଛି । ସେହି ଦଳଟି କ୍ଷମତାକୁ ଚାଲିଯାଉଛି । ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ପ୍ରାୟ ସେହି ଚିତ୍ର ଦେଖିବାକୁ ମିଳିଛି ।
ଦୀର୍ଘଦିନ ଧରି ବିଜେଡିକୁ କ୍ଷମତାରେ ବସାଇ ଯାହା ପାଇବା କଥା, ପାଇଯିବା ପରେ ଆଉ ଅଧିକ କିଛି ପାଇବା ଆଶାରେ ବିଜେପିକୁ କ୍ଷମତାରେ ବସାଇଛନ୍ତି । ବିଜେପି ସେମାନଙ୍କ ପ୍ରତି ଅଭୟ ଦୃଷ୍ଟି ନରଖିଲେ କ୍ଷମତାରୁ ହଟିଯିବ ବୋଲି ଏତିକି ବେଳୁ ଆଲୋଚନା ଆରମ୍ଭ ହୋଇଗଲାଣି ।

