Dailyhunt
ଅନୁଗତଙ୍କ ସହ ପଦ୍ମ ଆଦରିଲେ ରବି ଜେନା

ଅନୁଗତଙ୍କ ସହ ପଦ୍ମ ଆଦରିଲେ ରବି ଜେନା

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦିନକ ଭିତରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର ଜେନା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି। ଉତର ଓଡିଶାର ବ୍ୟବସାୟୀ ନେତା ବୁଧବାର ଅପରାହ୍‌ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜେନା ପଦ୍ମ ଶିବିରରେ ପଶିଛନ୍ତି।

ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି…

ମହିଳା ଓ ଶିଶୁ ବିକାଶ ଏବଂ ମିଶନ…

ନ୍ୟାୟ ସଂହିତାକୁ ଲୋକପ୍ରିୟ କରୁଛି…

୧୦୮ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ;…

ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କ ସମେତ ବସ୍ତା ଓ ବାଲେଶ୍ୱର ସଦର ବ୍ଲକ ସଭାପତି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ୬ଜଣ ଜିଲ୍ଲା ପରିଷଦ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକଙ୍କୁ ରବୀନ୍ଦ୍ର ଜେନା ନିଜ ଇସ୍ତଫା ପତ୍ରରେ ଲେଖିଥିଲେ, ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ୱରବାସୀଙ୍କ ସେବା କରି ଆସିଛି। କିନ୍ତୁ କେତେକ ବ୍ୟକ୍ତିଗତ କାରଣରୁ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତି ନେଇଛି।

ଦଳ ସହିତ ମୋର ଦୀର୍ଘ ଦିନର ସଂପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ। ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ମୁଁ ରାଜ୍ୟ ନେତୃବୃନ୍ଦ, ମୋର ସକର୍ମୀ ଏବଂ ବାଲେଶ୍ୱର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି। ସୂଚନାଯୋଗ୍ୟ, ରବୀନ୍ଦ୍ର ଜେନା ଷୋଡଶ ଲୋକସଭା ନିର୍ବାଚନ-୨୦୧୪କୁ ବାଲେଶ୍ୱରରୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ଏବକାର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ସେ ପ୍ରତାପ ଷଡଙ୍ଗୀଙ୍କଠାରୁ ପରାସ୍ତ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News