ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ଏକ ଦେଢ଼ ବର୍ଷର କୁନି ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଥିବା ଜଣାପଡ଼ିଛି।ଆଜି ସୋର ବ୍ୟାଙ୍କରୁ ଘରକୁ ଫେରୁଥିବା ସମୟରେ ଖନ୍ତାପଡ଼ା ବଜାର ନିକଟ ଖୁସି ହୋଟେଲ ସମ୍ମୁଖରେ ଅଟୋର ପଛ ପଟୁ ଥାର ଗାଡ଼ି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଏକ ଦେଢ଼ ବର୍ଷର କୁନି ଝିଅର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଥିବା ଜଣାପଡ଼ିଛି।
ଗୁରୁତରମାନେ ହେଲେ ମାଆ -ଆଶ୍ରିତା ମହାଳିକ, ଯାଆ-ସୁମିତ୍ରା ମହାଳିକ,ବାସନ୍ତୀ ପ୍ରଧାନ,ବଡ଼ ଝିଅ- ସୃତି ମହାଳିକ, ଅଟୋ ଡ୍ରାଇଭର ସପନ କୁମାର ରାଉଳ। ସମସ୍ତଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ସରକାରୀ ମେଡ଼ିକାଲକୁ ନିଆଯାଇଛି।ସମସ୍ତଙ୍କ ଘର ଚକଜଗନ୍ନାଥପୁର ଅଞ୍ଚଳରେ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ଖନ୍ତାପଡ଼ା ପୁଲିସ ତଦନ୍ତ ଜାରିରଖିଥିବା ବେଳେ ଥାର ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛି।

