Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଇକକୁ ଦୁଇଶହ ମିଟର ଘୋଷାଡି ନେଲା ସ୍କୁଲ୍‌ବସ୍‌

ବାଇକକୁ ଦୁଇଶହ ମିଟର ଘୋଷାଡି ନେଲା ସ୍କୁଲ୍‌ବସ୍‌

ରାଇରଙ୍ଗପୁର: ଗୁରୁବାର ମୟୂରଭଞ୍ଜ ଜିଲ୍ଲା ରାଇରଗଙ୍ଗପୁର ସହରରେ ଏକ ବଡ ଧରଣର ଦୁର୍ଘଟଣାରୁ ଅନେକ ଲୋକ ଅଳ୍ପକେ ବର୍ତିଯାଇଛନ୍ତି। ସ୍କୁଲ୍‌ ବସ୍‌ଟି ସିରିଜ୍‌ ଦୁର୍ଘଟଣା ଘଟାଇଛି। ବସ୍‌ଟି ରାସ୍ତାରେ ଥିବା ୫ଟି ମୋଟର ସାଇକଲ୍‌ ଓ ୨ଟି ଅଟୋକୁ ଧକ୍କା ଦେଇଥିଲା। ପରେ ଗୋଟିଏ ମୋଟର ସାଇକଲ୍‌କୁ ପ୍ରାୟ ୨ ଶହ ମିଟର ଘୋଷାଡି ନେଇଥିଲା।

ଦୈବାତ୍‌ ଏହି ଘଟଣାରେ ବସ୍‌ରେ ମହଜୁଦ ୫୦ରୁ ଅଧିକ ଛାତ୍ରଛାତ୍ରୀ କିମ୍ବା କୌଣସି ପଥଚାରୀ ଆହତ ହୋଇନାହାନ୍ତି। ଶେଷରେ ଲୋକମାନେ ବସ୍‌ ଚାଳକଙ୍କୁ ଧରି ଅଟକ ରଖି ପୁଲିସ ଓ ସମ୍ପୃକ୍ତ ବିଦ୍ୟାଳୟର କର୍ତୃପକ୍ଷଙ୍କ ଜିମା ଦେଇଥିଲେ।
ମିଳିଥିବା ସୂଚନାନୁସାରେ, ରାଇରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛୁଟି ହେବା ପରେ ସ୍କୁଲବସଟି ଛାତ୍ରଛାତ୍ରୀଙ୍କୁ ଧରି ଛାଡିବାକୁ ଯାଉଥିବା ସମୟରେ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ଭାରସାମ୍ୟ ହରାଇଥିଲା। ରାସ୍ତା ପାର୍ଶ୍ୱରେ ଥିବା ବାଇକ ଓ ଅଟୋକୁ ଧକ୍କା ଦେଇଥିଲା। ବସଟି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇଟି ବାଇକ ସମ୍ପୂର୍ଣ ଭାଙ୍ଗି ଯାଇଛି। ଅନ୍ୟ ଅଟୋ ଓ ବାଇକ୍‌ ସାମାନ୍ୟ କ୍ଷତି ହୋଇଛି।

ଅଲୋଡ଼ା ପ୍ରାୟ ୮ କୋଟି ଟଙ୍କାର…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ…

ରଗ୍‌ବୀ ଚାମ୍ପିଅନସିପ୍‌ ଉଦଯାପିତ

ବନାଂଚଳରେ ଦକ୍ଷତା ବିକାଶ

ବାଇକ୍‌ଟିକୁ ଘୋଷାଡି ନେବା ପରେ ବସ୍‌ଟି କୌଣସି ମତେ ଅଟକି ରହିଥିଲା। ସ୍ଥାନୀୟ ଲୋକମାନେ ବସ୍‌ରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଥିଲେ। କିଛି ଯୁବକ ବସ୍‌ ଚାଳକଙ୍କୁ ବିଦ୍ୟୁତ୍‌ ଖୁଂଟରେ ବାନ୍ଧି ଦେଇଥିବାର ଦେଖିବାକୁ ମିଳିଥିଲା।
ପରେ ବିଦ୍ୟାଳୟର ଗୁରୁଜୀ ଓ ପରିଚାଳନା କମିଟିର ସଦସ୍ୟ ମାନେ ପହଂଚି ଚାଳକ ସୁରେନ୍ଦ୍ର ମହାନ୍ତଙ୍କୁ ଉଦ୍ଧାର କରିଥିଲେ। ଗାଡ଼ି ଚଳାଉଥିବା ସମୟରେ ଚାଳକଙ୍କ ଆଖି ଲାଗି ଯିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News