Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାରିପଦା ଏବିଇଓ ତପସ୍ୱିନୀ ଦାଶଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

ବାରିପଦା ଏବିଇଓ ତପସ୍ୱିନୀ ଦାଶଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

(ସାକ୍‌ସୀ ନ୍ୟୁଜ୍‌): ବାରିପଦା ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଣୀ ତପସ୍ୱିନୀ ଦାଶ ଦୀର୍ଘ ୩୯ ବର୍ଷ ଧରି ସରକାରୀ ଚାକିରୀ କରି ଅବସର ଗ୍ରହଣ କଲେ। ବାଙ୍ଗିରପୋଷି ବ୍ଲକରୁ ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ବାରିପଦା ବ୍ଲକରେ ବିଆରସିସି ଓ ପରେ ପରେ ଏବିଇଓ ଭାବରେ ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଥିଲେ ।

ବାରିପଦା ବ୍ଲକର ପ୍ରାଥମିକ ଶିକ୍ଷକ ସଂଘ, ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ସିଆରସିସିଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଆରତୀ ପ୍ରାଥମିକ ବିଦ୍ୟାଳୟରେ ତାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଅନୁଜା ମାଧୁରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନ୍ୟତମ ଏବିଇଓ ସୁକୁମାର ରାଉତ, ଜିଲ୍ଳା ପ୍ରକଳ୍ପ କାର୍ଯ୍ୟାଳୟର ଆଦିବାସୀ ଶିକ୍ଷା ସଂଯୋଜକ ସପନ କୁମାର ପୁଷ୍ଟି, ସମନ୍ୱିତ ଶିକ୍ଷା ସଂଯୋଜକ ନିରଞ୍ଜନ ନାୟକ, ପେଡାଗୋଜି ସଂଯୋଜିକା ଶୈଳଵାଳା ବେହେରା, ବାଳିକା ଶିକ୍ଷା ସଂଯୋଜକ ପ୍ରଫୁଲ୍ଲ କୁମାର ବାରିକ ପ୍ରମୁଖ ଯୋଗଦେଇ ତପସ୍ୱିନୀ ଦାଶଙ୍କ କର୍ମପରାୟଣତା, ଦକ୍ଷତା ଉପରେ ଆଲୋକପାତ କରିଥିଲେ।

ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌…

ଆଜି ପବିତ୍ର ଜନ୍ମାଷ୍ଟମୀ;…

ବିଭିନ୍ନ ଉନ୍ନୟନ ପ୍ରକଳ୍ପର…

ଗଞ୍ଜାମ ଜିଲ୍ଲା ଅବ୍ୟବସ୍ଥା ଘେରରେ…

ଶ୍ରୀମତୀ ଦାଶ ମଧ୍ୟ ନିଜ କର୍ମମୟ ଜୀବନ ମଧ୍ୟରେ ବିଭିନ୍ନ ଅନୁଭୂତି ବର୍ଣ୍ଣନା କରି ସମସ୍ତଙ୍କ ସହଯୋଗ ଲାଗି ସମସ୍ତେ ମନେ ରହିବେ ବୋଲି ଭାବୁକ ହୋଇ କହିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଅନୁଜା ମାଧୁରୀ ଦାସ ବାରିପଦାରେ ୬ ମାସ ତଳେ ଯୋଗଦେବା ପରେ ବିଆରସିସି ତପସ୍ୱିନୀ ଦାଶଙ୍କ କାର୍ଯ୍ୟଶୈଳୀ ତାଙ୍କୁ ବେଶ ପ୍ରଭାବିତ କରିଛି ବୋଲି ପ୍ରକାଶ କରିଥିଲେ ।

ବାରିପଦା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଦୀପ କୁମାର ନାଥ, ସମ୍ପାଦକ ସିଦ୍ଧେଶ୍ୱର ମିଶ୍ର, ଉପଦେଷ୍ଟା ସୋମନାଥ ସିଂହ, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟଙ୍କ ସମେତ ସୌମ୍ୟ ଦାଶ, ଶୁଭେନ୍ଦୁ ବେହେରା, ଧନପତି ମିଶ୍ର, ସୁବୋଧ କୁମାର ଦାସ, ଗୌର ଗୋପାଳ ଲେଙ୍କା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ. ଅସୀମ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ଯୋଗଦେଇ ବିଭିନ୍ନ ସ୍ମୃତି ମନେ ପକାଇବା ସହ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉବୋଲି କାମନା କରିଥିଲେ। ଶ୍ରୀମତୀ ଦାଶ ଜଣେ ଛାତ୍ରବତ୍ସଳ, ମିଷ୍ଟଭାଷୀ, ପ୍ରେରଣାଦାୟୀ, ସମୟାନୁବର୍ତ୍ତୀ, କର୍ମଯୋଗୀ ମହିଳା ଭାବେ ସମସ୍ତଙ୍କୁ ଆପଣାର କରିପାରଥିଲେ ବୋଲି ସିଆରସିସି ସୁଶୀଲ କୁମାର ପଣ୍ଡା ପ୍ରକାଶ କରିଥିଲେ । ଶେଷରେ ତାଙ୍କୁ ଉପଢୌକନ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News