Dailyhunt
ବର୍ଷା ପବନ ମାଡ଼ରେ ଉଡିଗଲା ଦଶାନନ ରାବଣ ମୁଣ୍ଡ

ବର୍ଷା ପବନ ମାଡ଼ରେ ଉଡିଗଲା ଦଶାନନ ରାବଣ ମୁଣ୍ଡ

ୟାଗଡ: ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ ସରିବା ପୂର୍ବରୁ ୩୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ କାଠରେ ତିଆରି ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି।

ସୋମବାର ଅପରାହ୍ନରେ ଦଶପଲ୍ଲାରେ ହୋଇଥିବା କୁଆପଥର, ପବନ ଓ ବର୍ଷାରେ ଏଭଳି ଅଘଟଣ ଘଟିଛି।

ପରବର୍ତୀ ପର୍ଯ୍ୟାୟରେ ପୁଣି ରାବଣର ମୁଣ୍ଡ ଯୋଡା ଯାଇଥିବା ଜଣାପଡିଛି।

ବର୍ଷା ଓ ପବନ ପ୍ରଭାବରେ ଚାଳଛପର ଉଠି ଯାଇଥିବା ବେଳେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ଲାଇଟ ଗେଟ୍‌ ଭାଙ୍ଗି ପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News