Dailyhunt
ବାତ୍ୟା 'ଦାନା' ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲା

ବାତ୍ୟା 'ଦାନା' ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଲା

ବାତ୍ୟା 'ଦାନା'କୁ ନେଇ ଆସିଛି ଆଉ ଏକ ବଡ ଖବର । ଉପକୂଳ ମୁହାଁଇବା ସହ ପ୍ରଭାବ ଦେଖାଇଲାଣି ଭୀଷଣ ବାତ୍ୟା 'ଦାନା' । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଭିତରକନିକା- ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବାକୁ ନେଇ ପୂୁର୍ବରୁ ମଧ୍ୟ ଆକଳନ କରିସାରିଛି ପାଣିପାଗ ବିଭାଗ ।

ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହଇଥିବା ବିଭାଗୀ ପକ୍ଷରୁ କୁହାଯାଇଛି । ବାତ୍ୟା ଦାନା ଯେତେଯେତେ ଉପକୂଳମୁହାଁ ହେଉଛି, ସେତେ ସେତେ ବିପଦ ବଢୁଛି । ଆଜି ରାତିରୁ ହିଁ ବାତ୍ୟା ଅତି ଭୀଷଣ ରୂପ ନେବ । ଆଉ ୨୫ ତାରିଖ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ । ପାଣିପାଗ ବିଭାଗର ଆକଳନ ଅନୁସାରେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ ହେଲେ କିଛି ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରତି ବିପଦ ବଢୁଛି । ଏମାନଙ୍କ ମଧ୍ୟରେ ପ୍ରମୁଖ ରହିଛି.

ବହି ଜଳିବ: ବାୟନାଡ଼ରୁ ପ୍ରିୟଙ୍କା…

ଯୁବକଙ୍କୁ ଯମ ହାତରେ ଛାଡ଼ିଲେନି…

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ…

'ଏକ୍ ଅକେଲା ସବ୍ ପର୍ ଭାରି':…

ଭିତରକନିକା, ଭଦ୍ରକ ଓ ଜଗତସିଂହପୁର ଜିଲାରେ ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବ ଆଜି ଦେଖିବାକୁ ମିଳିଛି। ପାରାଦୀପଠାରେ ପ୍ରବଳ ବର୍ଷା ସାଙ୍ଗକୁ ଉଚ୍ଚ ଜୁଆର କୂଳ ଲଙ୍ଘୁଥିବା ଦେଖିବାକୁ ମିଳିଛି। ବାତ୍ୟାର ପ୍ରଭାବରେ ପାରାଦୀପ ସମୁଦ୍ର ଅଶାନ୍ତ ରହିଥିବାରୁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ସମୁଦ୍ର କୂଳରେ ଜିଲା ପ୍ରଶାସନ ପକ୍ଷରୁ ନାଲି ପତାକା ଲଗାଯିବା ସହିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯିବା ସହିତ ସମୁଦ୍ର ମିତ୍ର ଓ ପୁଲିସ ମୁତୟନ କରାଯାଇଛି।

ସେହିପରି ଜଗତସିଂହପୁର ଜିଲାର ଏରସମା ବ୍ଲକ ଅନ୍ତର୍ଗତ ଶିଆଳି, ଜାପା, ଦହିବାର, ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଜଗତସିଂହପୁର ଜିଲ୍ଲାରେ ସକାଳୁ ସକାଳୁ ହାଲକା ପବନ ସାଙ୍ଗକୁ ଝିପିଝିପି ବର୍ଷା ହୋଇଥିଲା। ଦିନ ବଢିବା ସାଙ୍ଗକୁ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇଛି। ପାରାଦୀପ ମଧୁବନ ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ଆଦି ଅଞ୍ଚଳର ତଳି ଅଞ୍ଚଳରେ ପାଣି ପଶିଥିବା ଖବର ମିଳିଛି।

ଧାମରା ବନ୍ଦରକୁ ବିପଦ, ଅବଦୁଲ କଲାମ ଦ୍ବୀପକୁ ବିପଦ, ଗହୀରମଥା ଅଭୟାରଣ୍ୟକୁ ବିପଦ, ପ୍ରଭାବିତ ହୋଇପାରେ ଭିତରକନିକା ଅଭୟାରଣ୍ୟ, ଆରଡ଼ି ଆଖଣ୍ଡଳମଣି ମନ୍ଦିରକୁ ବିପଦ, ତେଣୁ ଯେଉଁ ସ୍ଥାନଗୁଡିକ ଉପରେ ଅଧିକ ବିପଦ ରହିଛି ସେଠାରେ ପ୍ରଶାସନ ସଜାଗ ହୋଇ ରହିଛି । ଅଗ୍ନିଶମ ବିଭାଗ , ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ହୋଇ ରହିଛି । 'ଦାନା' ପ୍ରକୋପ ଯୋଗୁ ପବନ ବେଗ ବଢ଼ିଲେ ବିଭିନ୍ନ ସ୍ଥାନରେ ଆହୁରି ଗଛ ଡାଳ ଭାଙ୍ଗିପାରେ । ବିଦ୍ୟୁତ୍‌ ଖୁଣ୍ଟ, ଟେଲିଫୋନ ଖୁଣ୍ଟି ବଙ୍କା ହେବା ସହ ଭାଙ୍ଗିପାରେ। ଚାଳ ଘର, ଟିଣ ଛପର ଘର ବି କ୍ଷତିଗ୍ରସ୍ତ ହୋଇପାରେ ବୋଲି କହିଛନ୍ତି IMD ଡିଜି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News