Dailyhunt
ବାଉଁଶ ବୁଦା ରେ ପିଟି ହୋଇ ବାଇକ୍ ଚାଳକ ମୃତ

ବାଉଁଶ ବୁଦା ରେ ପିଟି ହୋଇ ବାଇକ୍ ଚାଳକ ମୃତ

କେନ୍ଦୁଝର: ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ର ଭନଗାଁ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବାଉଁଶ ବୁଦା ରେ ପିଟି ହେଲା ବାଇକ୍। ବାଇକ୍ ଚାଳକ କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଭର୍ତ୍ତି କରିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମ ର ଅନିଲ ନାଏକ ଚମ୍ପୁଆ ରୁ ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡରେ ଏକ ବାଉଁଶ ବୁଦା ରେ ଭାରସାମ୍ୟ ହରାଇ ତାଙ୍କ ବାଇକ ପିଟି ହୋଇ ଥିଲା। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ଆଣିଥିବା ବେଳେ ଏଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News