Dailyhunt
ବୟସ୍କ ଏବଂ ଦିବ୍ୟାଙ୍ଗ ସମାବେଶୀ ଶାସନ ସମ୍ପର୍କିତ କର୍ମଶାଳା

ବୟସ୍କ ଏବଂ ଦିବ୍ୟାଙ୍ଗ ସମାବେଶୀ ଶାସନ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର ଜନସଂଖ୍ୟା ବିକାଶର ପରିବର୍ତନ, ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏକ ସମନ୍ୱିତ ତଥା ଭବିଷ୍ୟତ-ଉପଯୋଗୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଭୁବନେଶ୍ୱରଠାରେ ପ୍ରସ୍ତାବିତ 'ଓଡ଼ିଶା ରିସୋର୍ସ ସେଂଟର ଫର୍‌ ଏଜିଂ ଆଣ୍ଡ୍‌ ଡିଜାବିଲିଟିସ୍‌' (ଓରକାଡ୍‌) ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌ଏଫ୍‌ପିଏ)ର ମିଳିତ ସହଯୋଗରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସରକାରୀ ଅଧିକାରୀ, ୟୁଏନ୍‌ଡିପି ଓ ୟୁଏନ୍‌ସିଏଫ୍‌ର ପ୍ରତିନିଧି, ବିଭିନ୍ନ ବିକାଶମୂଳକ ସଂଗଠନର କର୍ମକର୍ତା ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ।

ପଣ୍ଡିତ ରଘୁନାଥ ମୁର୍ମୁଙ୍କ…

ଚେରକଟା ନୀତି

ଅସ୍ମିତାର ସୁରକ୍ଷା କବଚ ପୁସ୍ତକ

କର୍ମଶାଳାରେ ଯୋଗ ଦେଇ ବିଭାଗୀୟ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଛନ୍ତି, ଜନସଂଖ୍ୟା ପରିବର୍ତନ ସହିତ ସୃଷ୍ଟି ହେଉଥିବା ଜଟିଳ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଏକ ସମାବେଶୀ ବ୍ୟବସ୍ଥା ଅପରିହାର୍ଯ୍ୟ। ସମସ୍ତଙ୍କ ପାଇଁ ସମ୍ମାନ, ସ୍ୱାଧୀନତା ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ।
ବିଭାଗୀୟ ନିର୍ଦ୍ଦେଶିକା ପାରୁଲ ପଟାୱରୀ ଓର୍‌କାଡ୍‌ର ଭୂମିକା ଉପରେ ଆଲୋକପାତ କରି କହିଥିଲେ ଯେ, ଏହା ଏକ ଜ୍ଞାନ ଓ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଗବେଷଣା ଏବଂ ନୂତନ ନୀତି ପ୍ରଣୟନରେ ସହାୟତା କରିବ। ଏହି ପରାମର୍ଶ କର୍ମଶାଳାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ମିଶନ ଶକ୍ତି, ପଂଚାୟତିରାଜ ଏବଂ ମହିଳା ଓ ଶିଶୁ ବିକାଶ ଭଳି ପ୍ରମୁଖ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ। ଜାତିସଂଘ ଜନସଂଖ୍ୟା ପାଣ୍ଠି ପକ୍ଷରୁ ଓର୍‌କାଡ୍‌ର ପ୍ରସ୍ତାବିତ ରୂପରେଖ ଉପସ୍ଥାପନ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News