Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଲୋକଙ୍କୁ ମୋଦୀଙ୍କ ଶୁଭେଚ୍ଛା

ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଲୋକଙ୍କୁ ମୋଦୀଙ୍କ ଶୁଭେଚ୍ଛା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାଷା ଗୌରବ ସପ୍ତାହ ଅବସରରେ ଆସାମର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ #BhashaGauravSaptah ର ମହତ୍ୱ ସମ୍ପର୍କରେ ଆଲୋଚନା କରିଛନ୍ତି । ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନିକଟରେ ଅହମୀୟାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନର ଉତ୍ସବ ମନାଇଛନ୍ତି, ଯାହାକି ଏହି କ୍ଷେତ୍ରରେ ସମୃଦ୍ଧ ଭାଷା ଓ ସାଂସ୍କୃତିକ ଐତିହ୍ୟକୁ ଏକ ମହତ୍ୱପୂର୍ଣ୍ଣ ମାନ୍ୟତା ପ୍ରଦାନ କରୁଛି ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସାମର ସମୃଦ୍ଧ ଭାଷା ଐତିହ୍ୟର ସପ୍ତାହବ୍ୟାପୀ ଉତ୍ସବ ଭାଷା ଗୌରବ ସପ୍ତାହର ଆରମ୍ଭ ନେଇ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଆଜି ଏକ ପୋଷ୍ଟରେ ଟ୍ୱିଟ କରିଛନ୍ତି:

"#BhashaGauravSaptah ଏକ ଉଲ୍ଲେଖନୀୟ ପ୍ରୟାସ, ଯାହାକି ଅହମୀୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପରେ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି । ମୋର ଶୁଭକାମନା । ସପ୍ତାହବ୍ୟାପୀ ଆୟୋଜନ କରାଯାଉଥିବା ଏହି ଉତ୍ସବ ଲୋକଙ୍କର ଅହମୀୟ ସଂସ୍କୃତି ସହ ସମ୍ପର୍କକୁ ଅଧିକ ମଜବୁତ୍ କରିବ । ଆସାମ ବାହାରେ ରହୁଥିବା ଅହମୀୟ ଲୋକମାନଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ମୁଁ ନିବେଦନ କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News