Dailyhunt
ଭୁବନେଶ୍ୱରରେ ସ୍ଥଳସେନା ମୁଖ୍ୟ

ଭୁବନେଶ୍ୱରରେ ସ୍ଥଳସେନା ମୁଖ୍ୟ

ଭୁବନେଶ୍ୱର: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ଥଳସେନା ମୁଖ୍ୟ ପହଂଚିଛନ୍ତି। ସେଠାରୁ କଡ଼ା ସୁରକ୍ଷା ବଳୟରେ ୧୨୦ ବାଟାଲିୟନ ଯାଇଛନ୍ତି। ବାଟାଲିୟନରେ ରାତ୍ରୀ ରହଣି ଓ ଭୋଜନର କାର୍ଯ୍ୟକ୍ରମ ରହିଛି।

ଶନିବାର ପୁରୀ, ଗୋପାଳପୁରରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ପରେ ସ୍ୱତନ୍ତ୍ର ବିମାନ ଯୋଗେ ଗୋପାଳପୁର ଯିବେ। ଆର୍ମି ଏୟାର ଡିଫେନ୍ସ କଲେଜ ଯାଇ ସେଠାରେ ସେନା ତାଲିମ ବ୍ୟବସ୍ଥାର ସମୀକ୍ଷା କରିବେ। ସେନା ଅଧିକାରୀ ଓ ପୂର୍ବତନ ସୈନିକଙ୍କ ସହ ଆଲୋଚନା କରିବେ। ଫିଲ୍ଡ ଫାୟାରିଂ ରେଞ୍ଜରେ ଲାଇଭ୍‌ ଫାୟାରିଂ ପ୍ରଦର୍ଶନ ହେବାର କାର୍ଯ୍ୟକ୍ରମ ରହିଛି। ୨୯ରେ ଜେନେରାଲ ଦିଲ୍ଲୀ ଫେରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News