Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱରଠାରେ ନ୍ୟାୟିକ ଅଦାଲତକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱରଠାରେ ନ୍ୟାୟିକ ଅଦାଲତକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (୫ ଡିସେମ୍ବର ୨୦୨୪)ରେ ଓଡ଼ିଶାର ଭୁବନେଶ୍ୱରଠାରେ ନୂତନ ନ୍ୟାୟିକ ଅଦାଲତ ପରିସରକୁ ଉଦଘାଟନ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଠିକ୍ ସମୟରେ ନ୍ୟାୟ ନମିଳିବା ଅନ୍ୟାୟ ସହିତ ସମାନ । ବିଚାର ପ୍ରକ୍ରିୟା ସ୍ଥଗିତ ରଖାଯିବା ସଂସ୍କୃତି ଯୋଗୁଁ ଗରିବମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ।

ବାରମ୍ବାର ଅଦାଲତକୁ ଆସିବା ପାଇଁ ସେମାନଙ୍କ ପାଖରେ ଅର୍ଥ କିମ୍ବା ମାନବ ସମ୍ବଳ ନାହିଁ । ସମସ୍ତ ଅଂଶୀଦାରମାନେ ସାଧାରଣ ଲୋକଙ୍କ ସ୍ୱାର୍ଥରେ ସ୍ଥଗିତ ରଖାଯିବାର ସଂସ୍କୃତିକୁ ଏଡ଼ାଇବା ପାଇଁ ଏକ ଉପାୟ ଖୋଜିବା ପାଇଁ ପ୍ରାଥମିକତା ଦେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ ଭାଷା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ଏକ ପ୍ରତିବନ୍ଧକ । ଓକିଲ ସେମାନଙ୍କ ସପକ୍ଷରେ କ'ଣ ଯୁକ୍ତି କରୁଛନ୍ତି କିମ୍ବା ବିଚାରପତି କ'ଣ ରାୟ ଦେଉଛନ୍ତି ତାହା ସେମାନେ ବୁଝିପାରନ୍ତି ନାହିଁ । ନ୍ୟାୟାଳୟଙ୍କ ରାୟଗୁଡ଼ିକ ବର୍ତ୍ତମାନ ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଅନୁବାଦ କରାଯାଉଛି ଏବଂ ଏହି ଅନୁବାଦିତ ରାୟଗୁଡ଼ିକ ସୁପ୍ରିମକୋର୍ଟ ଏବଂ ଓଡ଼ିଶା ହାଇକୋର୍ଟର ୱେବସାଇଟରେ ଉପଲବ୍ଧ ବୋଲି ଜାଣି ରାଷ୍ଟ୍ରପତି ଖୁସି ହୋଇଥିଲେ ।

ଗୋନାସିକା ମହୋତ୍ସବ ଉପଲକ୍ଷେ…

ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ…

ଗନ୍ଧମାର୍ଦନ ଖଣି ପ୍ରଭାବିତ…

ମୁଖ୍ୟ ସଚିବମାନଙ୍କର ଚତୁର୍ଥ ଜାତୀୟ…

ରାଷ୍ଟ୍ରପତି କହିଥିଲେ ଯେ ଆଜି ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଉଛି। ଅନ୍ୟ କ୍ଷେତ୍ର ଭଳି ନ୍ୟାୟପାଳିକାରେ ମଧ୍ୟ ମହିଳାଙ୍କ ଭାଗିଦାରୀ ବଢ଼ୁଛି । ବର୍ତ୍ତମାନ ଓଡ଼ିଶା ନ୍ୟାୟିକ ସେବାରେ ୪୮ ପ୍ରତିଶତ ମହିଳା ଅଧିକାରୀ ରହିଥିବା ସେ ଉଲ୍ଲେଖ କରିଥିଲେ । ଆଗାମୀ ଦିନରେ ମହିଳା ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ରାଷ୍ଟ୍ରପତି ଦୃଢ଼ ବିଶ୍ୱାସ ପ୍ରକଟ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ, ସାଧାରଣ ନାଗରିକମାନେ କିପରି ବିନା ଭୟରେ ନ୍ୟାୟିକ ବ୍ୟବସ୍ଥା ସହିତ ଯୋଗାଯୋଗ କରିପାରିବେ ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଅଧିକାଂଶ ସମୟରେ ଲୋକମାନେ ଓକିଲ ଓ ବିଚାରପତିଙ୍କ ସମ୍ମୁଖରେ ଭୟଭୀତ ହୋଇଯାଆନ୍ତି । ଅଦାଲତରେ ଏକ ସମ୍ବେଦନଶୀଳ ବାତାବରଣ ରହିବା ଜରୁରୀ ଯାହାଦ୍ୱାରା ସେମାନେ ମୁକ୍ତ ଭାବରେ ନିଜକୁ ପ୍ରକାଶ କରିପାରିବେ ।

ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂତନ ଅଦାଲତ ପରିସରକୁ ଡିଜାଇନ୍ କରାଯାଇଥିବା ଦର୍ଶାଇ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ, ଏଥିରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । କୋର୍ଟ ପରିସରରେ ଆଧୁନିକ ସୁବିଧା ନ୍ୟାୟିକ କ୍ଷେତ୍ରରେ ସୁରୁଖୁରୁରେ କାମ କରିବାରେ ସହାୟକ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News