Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିବାହ ପ୍ରତିଶ୍ରୁତି ଦେଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ବିବାହ ପ୍ରତିଶ୍ରୁତି ଦେଇ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

କାଳିଆପାଣି: ଆୟୁଷ୍ମାନ ଭାରତ ଯୋଜନାରେ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଅନୁଷ୍ଠାନ ବୁଲି ଯୋଗ ଶିକ୍ଷା ଦେଉଥିବା ଜଣେ ଯୋଗ ଶିକ୍ଷୟିତ୍ରୀ (ଗୁରୁମା)ଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତକୁ ଧରିଛି ପୁଲିସ।

ଅଲୋଡ଼ା ପ୍ରାୟ ୮ କୋଟି ଟଙ୍କାର…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ…

ରଗ୍‌ବୀ ଚାମ୍ପିଅନସିପ୍‌ ଉଦଯାପିତ

ବନାଂଚଳରେ ଦକ୍ଷତା ବିକାଶ

ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ବାଡଦେଇଜୁର ଗାଁର ମନ୍ଦାର ସାହୁଙ୍କ ପୁଅ ବୈକୁଣ୍ଠ ସାହୁ ଓରଫ୍‌ ବାବା ସ୍ୱାମୀ ବେଦଶ୍ରବା (୩୫)। ସୁକିନ୍ଦା ଥାନା କେସ୍‌ ନମ୍ବର ୨୫/୨୬ ଆଧାରରେ ଆଜି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଛି।
ଅଭିଯୁକ୍ତ ବାବା ୨ ମାସ ଧରି ଓଡିଶା ପୁଲିସ ପାଇଁ ମୋଷ୍ଟ ୱାଂଟେଡ୍‌ ତାଲିକାରେ ଥିଲା। ସ୍ୱାମୀ ବେଦଶ୍ରବା ନାଁରେ ଗୁଜୁରାଟ ଓ ମଧ୍ୟପ୍ରଦେଶର ବିଭିନ୍ନ ଆଶ୍ରମରେ ସେ ଆତ୍ମଗୋପନ କରିଥିଲା। ସେ ମୋବାଇଲ୍‌ ବ୍ୟବହାର କରୁ ନଥିବାରୁ ତା'ର ଗତିବିଧି ଜାଣିବା ପୁଲିସକୁ ଅଡୁଆ ହୋଇଥିଲା।

ସୁରତର ଏକ ଆଶ୍ରମରେ ତାକୁ ଠାବ କରାଯିବା ପରେ ୩ ଦିନ ଧରି ତା' ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା। ବିଭିନ୍ନ ପ୍ରଲୋଭନରେ ତାକୁ ଢେଙ୍କାନାଳ ଜିଲ୍ଲା ଭୁବନ ନିମନ୍ତ୍ରଣ କରାଯାଇଥିଲା। ଆଜି ଭୁବନ ଉପକଣ୍ଠ ମନ୍ଦାର ବ୍ରାହ୍ମଣୀ ବାଜିରାଉତ ସେତୁ ପାଖରେ ଥାନା ଅଧିକାରୀ ରମାକାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଏଏସ୍‌ଆଇ ପବିତ୍ର କୁମାର ବେହେରା, କନଷ୍ଟେବଲ ରସିକ ମୁଣ୍ଡା ଓ ସୋମନାଥ ଲାଗୁରିଙ୍କୁ ନେଇ ୪ ଜଣିଆ ପୁଲିସ ଟିମ୍‌ ତାକୁ ମାଡି ବସିଥିଲା। ପୁଲିସ ଏହି ଘଟଣାରେ ଗତ ୨୮ ତାରିଖ ଅନ୍ୟତମ ଅଭିଯୁକ୍ତ ଯୋଗ ଶିକ୍ଷକ ସୁରେନ୍ଦ୍ର କୁମାର ସୁବୁଦ୍ଧିକୁ ଗିରଫ କରି ଜେଲ ପଠାଇଥିଲା।
ପୁଲିସ ସୂଚନାରୁ ଜଣାପଡିଛି ଯେ, ଯାଜପୁର ଅଳକୁଣ୍ଡ ଇଲାକାର ପୀଡିତା ଯୋଗ ଶିକ୍ଷୟିତ୍ରୀ କରୋନା ସମୟରେ ଯୋଗଗୁରୁ ସୁରେନ୍ଦ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ଉଭୟ ପ୍ରେମ ବିବାହ କରି ଦମ୍ପତି ଭାବେ ଏକାଠି ରହୁଥିଲେ। ପରେ ସେମାନଙ୍କ ମଧ୍ୟରେ ମନାନ୍ତର ଓ ଛାଡପତ୍ର ହୋଇଥିଲା। ଗତ କିଛିମାସ ତଳେ ଯୋଗଗୁରୁ ବେଦଶ୍ରବା ଓ ଗୁରୁମା ପରସ୍ପରକୁ କେନ୍ଦୁଝର ରାମଚନ୍ଦ୍ରପୁର ଓ ଭୁବନରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପୀଡିତା ଓ ଅଭିଯୁକ୍ତ ଗତ ଜାନୁଆରି ମାସ ୧୭ ଓ ୧୮ ତାରିଖ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରସ୍ଥ ଏକ ପରିତ୍ୟକ୍ତ ଘରେ ଧରି ରହିଥିଲେ।
ବିବାହ ପ୍ରତିଶ୍ରୁତି ଦେଇ ବାବା ଶାରୀରିକ ସଂପର୍କ ରଖିଥିଲେ ବୋଲି ପୀଡିତା ଶିକ୍ଷୟିତ୍ରୀ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ଏହା ପରଠାରୁ ବାବା ଫେରାର୍‌ ହୋଇଯାଇଥିଲେ। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଓ ଫଟୋ ସବୁକୁ ବାବା ବିଭିନ୍ନ ବ୍ୟକ୍ତିଙ୍କୁ ପଠାଇଥିବା ପୀଡିତା ତାଙ୍କ ଏତଲାରେ ଦର୍ଶାଇଛନ୍ତି। ଏହାକୁ ନେଇ ପୀଡିତା ଗତ ଫେବ୍ରୁଆରି ୯ ତାରିଖ ରାମଚନ୍ଦ୍ରପୁର ଥାନାରେ ଏତାଲା ଦାଏର କରିଥିଲେ। ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ପୂର୍ବତନ ସ୍ୱାମୀ ସୁରେନ୍ଦ୍ର ପାଖରେ ଥିବା ପୁଲିସକୁ ଜଣାଇଥିଲେ। ୨ ଦିନ ମଧ୍ୟରେ ଏହି କେସ୍‌ ସୁକିନ୍ଦା ଥାନାକୁ ସ୍ଥାନାନ୍ତରିତ ହୋଇଥିଲା। ରାଜ୍ୟ ପୁଲିସ ମୁଖ୍ୟାଳୟ ନିର୍ଦ୍ଦେଶରେ ଅଭିଯୁକ୍ତ ବାବା ବେଦଶ୍ରବାକୁ ଗିରଫ ପାଇଁ ଏସ୍‌ପି ଯଶପ୍ରତାପ ଶ୍ରୀମଲ ୩ଟି ପୁଲିସ ଟିମ୍‌ ଗଠନ କରାଇ ପଶ୍ଚିମ ଓଡିଶା, ଗୁଜୁରାଟ ଓ ମଧ୍ୟପ୍ରଦେଶ ପଠାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News