Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଧାୟକଙ୍କ ଫାଙ୍କା ଗୁଳିଚାଳନା: ରାସ୍ତାକୁ ଓହ୍ଲାଇବ ବିଜେଡି

ବିଧାୟକଙ୍କ ଫାଙ୍କା ଗୁଳିଚାଳନା: ରାସ୍ତାକୁ ଓହ୍ଲାଇବ ବିଜେଡି

ଦେଓଗାଁ /ସଇନ୍ତଲା: ପବିତ୍ର ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗ଼ଡ ବିଧାୟକ ନବୀନ ଜୈନଙ୍କ ଫାଙ୍କା ଗୁଳି ଚାଳନାକୁ ପ୍ରତିବାଦ କରି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିଜେଡି ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଧାୟକଙ୍କ ବିରୁଦ୍ଧରେ ଟିଟିଲାଗଡ ଓ ସଇନ୍ତଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଇନ୍ତଲା ବ୍ଲକ ବିଜେଡି ସଭାପତି ସୁବାସ ବୁଡେ଼କ୍‌।

ଏହି ଘଟଣା ରାଜ୍ୟ ସାରା ଚର୍ଚ୍ଚାରେ ଥିବା ବେଳେ ବିଜେଡି ଏବେ କାର୍ଯ୍ୟାନୁଷ୍ଠାନ ଦାବି ନେଇ ପୁଲିସର ଦ୍ୱାରସ୍ଥ ହେବା ଚର୍ଚ୍ଚାର ବିଷୟ ହୋଇଛି।

ସଇନ୍ତଲା ବିଜେଡିର କର୍ମକର୍ତା ରବିବାର ଦିନ ୧୨ଟା ସମୟରେ ସଇନ୍ତଲା ଥାନାକୁ ଯାଇ ଥାନା ଅଧିକାରୀଙ୍କୁ ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି।ବିଧାୟକଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନ ନେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ବ୍ଲକ ସଭାପତି ସୁବାସ ବୁଡେକ କହିଛନ୍ତି। ତେବେ ବଲାଙ୍ଗୀର ପୁଲିସ ଅସଲି ବନ୍ଧୁକକୁ ଜବତ କରିଥିବା ବେଳେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବା ବାକି ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News