Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜୟଙ୍କ ବିରୋଧରେ ପ୍ରଥମ ଦୁର୍ନୀତି ଅଭିଯୋଗ

ବିଜୟଙ୍କ ବିରୋଧରେ ପ୍ରଥମ ଦୁର୍ନୀତି ଅଭିଯୋଗ

ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନେତୃତ୍ବାଧୀନ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ) ସରକାର ୧୦୦ ଦିନ ପୂରଣ କରିଥିବାବେଳେ ପ୍ରଥମ ଥର ପାଇଁ ଦୁର୍ନୀତି ଅଭିଯୋଗକୁ ନେଇ ବିବାଦରେ ପଡ଼ିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)କୁ ନୂଆ ସ୍ଥାନକୁ ସ୍ଥାନାନ୍ତର ପାଇଁ ଜାରି ହୋଇଥିବା ୫.୫୪ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ ବିଜେପି ଓ ଡିଏମ୍‌କେ ଉଠାଇଛନ୍ତି।

ଟିଭିକେ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ବିଜୟ ସରକାର ସିଏମ୍‌ଓକୁ ସେହି ସଚିବାଳୟ ପରିସରରେ ଥିବା ନାମକ୍କାଲ କବିଞ୍ଜର ମାଳିଗାଇ ଭବନକୁ ନେବାକୁ ଯୋଜନା କରିଛନ୍ତି। ଏହି ଭବନ ପୂର୍ବତନ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କଳାଇଞ୍ଜରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ନୂଆ କାର୍ଯ୍ୟାଳୟ ଅଧିକ ବଡ଼ ଓ ସୁବିଧାଜନକ ହେବ ବୋଲି ସରକାର କହିଛନ୍ତି ।

ମନ୍ତ୍ରୀଙ୍କ ଅନୁସାରେ, ବର୍ତ୍ତମାନର ସିଏମ୍‌ଓ ନିକଟରେ କାମ କରୁଥିବା ପ୍ରାୟ ୮୦ ଜଣ କର୍ମଚାରୀଙ୍କ ପାଇଁ ଶୌଚାଳୟ ଓ ବିଶ୍ରାମ ଭଳି ମୌଳିକ ସୁବିଧା ଯଥେଷ୍ଟ ନାହିଁ। ଅତିଥିମାନଙ୍କ ପାଇଁ ରିସେପ୍ସନ୍‌ ଅଞ୍ଚଳ ମଧ୍ୟ ଅପର୍ଯ୍ୟାପ୍ତ। ତେଣୁ ନୂଆ କାର୍ଯ୍ୟାଳୟକୁ ଯିବା ନିଷ୍ପତ୍ତିକୁ ସରକାର ପ୍ରଶାସନିକ ଆବଶ୍ୟକତା ବୋଲି ଦର୍ଶାଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News