Dailyhunt
ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

ଭୁବନେଶ୍ୱର: ବିକାଶର ଅନ୍ୟନାମ ବିଜେପି ଓଡ଼ିଶା ପ୍ରଦେଶର ୭୮ବର୍ଷର ଶାସନ ବ୍ୟବସ୍ଥା ପରିବର୍ତନ ପରେ ବିଜେପି ଏକାକୀ ସରକାର ଗଠନ କରି ଗତ ୧୮ମାସ ମଧ୍ୟରେ ଜନସାଧାରଣଙ୍କ ବିଶ୍ୱାସଭାଜନ ହୋଇପାରିଛି।

ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ଅନେକ ଜନହିତକାରି, ଗରିବ କଲ୍ୟାଣକାରୀ, ଜନକଲ୍ୟାଣକାରୀ, ସର୍ବବ୍ୟାପି, ସର୍ବସ୍ପର୍ଶୀ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଆଜି କଳାହାଣ୍ଡି ଜିଲ୍ଲାର ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।

ଆଜି ଏହି ମିଶ୍ରଣ ଦ୍ୱାରା କଳାହାଣ୍ଡି ଜିଲ୍ଲାରେ ଦଳୀୟ ସଂଗଠନ ବୃଦ୍ଧି ପାଇଛି । ସମସ୍ତେ ମିଳିମିଶି ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରି ରାଜ୍ୟ ଓ ଦେଶକୁ ବିକଶିତ କରିବା ଅଭିମୁଖେ ଆଗେଇ ନେବାକୁ ଆମେ ସଂକଳ୍ପ ନେବା ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅପରେସନ ସାଇବର କବଚ'ର ନବମ ଦିନ

ମିଶନ ଶକ୍ତି ବିଭାଗର ସମୀକ୍ଷା ବୈଠକ

ଭାରତର ପ୍ରଥମ ନମୋ ଭାରତ ରାପିଡ୍…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ…

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କମଳା ପାତ୍ର ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତି ପାତ୍ରଙ୍କ ସମେତ ଲାଞ୍ଜିଗଡ ରୋଡ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟା ଶ୍ରୀମତୀ ମୁକ୍ତା ଭୋଇ, ବେନଗାଁ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ଶ୍ରୀମତୀ ଯଶବନ୍ତି ନାଏକ, ବେଡଗାଁ ଗ୍ରାମପଂଚାୟତର ପଂଚାୟତ ସମିତି ସଦସ୍ୟ ଶ୍ରୀ ତ୍ରିନାଥ ମାଝୀ, ବସନ୍ତପଡା ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ଶ୍ରୀ ପୁଙ୍ଗରି ମାଝୀ, ଛତ୍ରପୁର ଗ୍ରାମପଂଚାୟତର ପଂଚାୟତ ସମିତି ସଦସ୍ୟ ଶ୍ରୀ ସନ୍ୟାସୀ ମାଝୀ, ଭଟାଙ୍ଗପଦର ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟ ଶ୍ରୀ ରୂପେନ୍ଦ୍ର ଛତ୍ରିଆ, ଭୂତିଗଡ ଗ୍ରାମ ପଂଚାୟତର ସମାଜସେବୀ ଶ୍ରୀ ହରିଶଙ୍କର ପାତ୍ର, ଶ୍ରୀ ଦିଲୀପ କୁମାର ନାଏକ, ଶ୍ରୀ ସାନ ବାଗ୍ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେଡି ଛାଡି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।

ସେହିପରି ଥୁଆମୁଲ ରାମପୁର ବ୍ଲକର ସିନ୍ଦିପଦର ଗ୍ରାମ ପଂଚାୟତର ସରପଂଚ ଶ୍ରୀମତୀ ଗୀତାଞ୍ଜଳି ମାଝୀ, ଥୁଆମୁଲ ଗ୍ରାମ ପଂଚାୟତର ପଂଚାୟତ ସମିତି ସଦସ୍ୟା ଶ୍ରୀମତୀ ରାଣୀ ନାଏକ, ସିନ୍ଦିପଦର ଗ୍ରାମ ପଂଚାୟତର ପୂର୍ବତନ ସରପଂଚ ଶ୍ରୀ ବିକ୍ରମ ମାଝୀ, ପୂର୍ବତନ ବ୍ଲକ ବିଜେଡି ସଭାପତି ଶ୍ରୀ ଇଶ୍ୱର ରେଲି, ନକ୍ରୁନ୍ଦି ଗ୍ରାମ ପଂଚାୟତର ବିଜେଡି ଯୁବ ନେତା ଶ୍ରୀ ଅଜିତ ନାଏକ, ଶ୍ରୀ ମନୋଜ କୁମାର ନାଏକ, ଶ୍ରୀ ପୀତବାସ ନାଏକ; ନରଲା ବ୍ଲକର ସମାଜସେବୀ ଶ୍ରୀ ମାତିଲାଲ ଭୋଇ; ଭବାନୀପାଟଣା ବ୍ଲକ ବୋରଦା ଗ୍ରାମ ପଂଚାୟତର ବିଜେଡି ଯୁବ ନେତା ଶ୍ରୀ ଅବନି କୁମାର ଭୋଇ, ଛେଲିଆମାଲ ଗ୍ରାମ ପଂଚାୟତର ଶ୍ରୀ ସୁରେନ୍ଦ୍ର ପ୍ରଧାନ, କେନ୍ଦୁପାଟି ଗ୍ରାମ ପଂଚାୟତର ସରପଂଚ ଶ୍ରୀ ସୁଧୀର ଗହୀର, ନାଏବ ସରପଂଚ ଶ୍ରୀ ବରୁଣ ମାଝୀଙ୍କ ସମେତ କଂଗ୍ରେସର ସମାଜସେବୀ ବିଭୀଷଣ ମାଝୀ ପ୍ରମୁଖ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଉତରୀୟ ପ୍ରଦାନ କରି ଓ ଦଳୀୟ ଟୋପି ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ରାଜ୍ୟ ଉପସଭାପତି ତଥା କଳାହାଣ୍ଡି ଜିଲ୍ଲା ପ୍ରଭାରୀ ଶ୍ରୀ ଶିବାଜୀ ମହାନ୍ତି, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଧର୍ମଗଡ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପାଟଯୋଶୀ, ରାଜ୍ୟ ସଂପାଦକ ଶ୍ରୀ ସରୋଜ କର, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ, ଜିଲ୍ଲା ଉପସଭାପତି ଶ୍ରୀ ରୁପେଶ ଜୈନ, ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ଲୋକନାଥ ଦୁର୍ଗା, ଶ୍ରୀ ସତ୍ୟ ବେହେରା, ଜିଲ୍ଲା ସଂପାଦକ ଶ୍ରୀ ବିଭୀଷଣ ସାହୁ, ଶ୍ରୀ ଭବାନୀଶଙ୍କର ନିଆଲ, ବରିଷ୍ଠ ନେତା ଶ୍ରୀ ବଂଟି ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News