Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଶାଳ ଜନଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ

ବିଶାଳ ଜନଆକ୍ରୋଶ ପଦଯାତ୍ରା ଅନୁଷ୍ଠିତ

କେନ୍ଦୁଝର: ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା, ନାରୀ ଅଧିକାର ଓ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇ ଶୁକ୍ରବାର କେନ୍ଦେଇପଶି ମଣ୍ଡଳରେ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆୟୋଜିତ ହୋଇଯାଇଛି। କେନ୍ଦେଇପଶି ମଣ୍ଡଳ ତରଫରୁ ଆୟୋଜିତ ଏହି ପ୍ରତିବାଦ ରାଲିରେ ବହୁ ସଂଖ୍ୟକ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳିଥିଲା।

ବୃଦ୍ଧି ପାଉଛି ବାଲ୍ୟ ବିବାହ:…

ଚାଜ୍‌ସିଟ୍‌ ଦାଖଲ ଗଡାଇବା ଘଟଣା

ଅନିଲଙ୍କ ୧୭ ଠିକଣାରେ ସିବିଆଇ ଚଢ଼ଉ

ସବ୍‌ ଟ୍ରେଜେରିରୁ ୫ ବର୍ଷରେ…

ସ୍ଥାନୀୟ ପେଟ୍ରୋଲ ପମ୍ପଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା କେନ୍ଦେଇପଶି ବଜାର ଅଂଚଳ ଦେଇ ପରିକ୍ରମା କରିଥିଲେ। ମହିଳାମାନେ ହାତରେ ପ୍ଲା କାର୍ଡ ଧରି ସୁରକ୍ଷିତ ହେଉ ପରି ସ୍ଲୋଗାନ ଦେଇ ଶକ୍ତିଶାଳୀ ପ୍ରତିବାଦ ପରିଦର୍ଶନ କରିଥିଲେ। ଏହି ରାଲିରେ ସମ୍ପ୍ରତି ସଂସଦରେ ପାସ ହୋଇ ନଥିବା ନାରୀ ସଂରକ୍ଷଣ ବିଲ (ନାରୀଶକ୍ତି ବନ୍ଦନ ଅଧିନିୟମ -୨୦୨୬) ପ୍ରତି ବିରୋଧୀ ଦଳଙ୍କ ପଦକ୍ଷେପ ପ୍ରତି ମହିଳାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ନାରୀଙ୍କ ଅଧିକାର ଓ ସମ୍ମାନ ପ୍ରତି କୌଣସି ରାଜନୈତିକ ବାଧା ଅସହନୀୟ ବୋଲି ମତାମତ ପ୍ରକାଶ ପାଇଥିଲା। ପ୍ରତିବାଦ ରାଲିରେ କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିୟସ ସିଂହ, କେନ୍ଦେଇପଶି ମଣ୍ଡଳ ପ୍ରଭାରୀ ଲକ୍ଷ୍ମଣ ରାଉତ, ସାଧାରଣ ସଂପାଦକ ତପନ କୁମାର ସାହୁ, କଲ୍ୟାଣ ମହାନ୍ତ, ରୁଷିକେଶ ମହାକୁଡ଼, ସୁଧୀର ସାହୁ, ଖଗେଶ୍ୱର ମହାନ୍ତ, ବିପିନ ମହାନ୍ତ, ନାଗେଶ୍ୱର ମହାରଣା, ଶେଖର ସେଠି, ବ୍ରହ୍ମାନନ୍ଦ ସାହୁ, ଦିବ୍ୟାଲଚନ ସାହୁ, ଗୌରାଙ୍ଗ ଗାରଡ଼ିଆ,ଟୁନି ମହାନ୍ତ, ମୀନାକ୍ଷୀ ନାଏକ, ସୁଶୀଳା ନାଏକ , ବାସନ୍ତୀ ଦେହୁରୀ, ଗୌରାଙ୍ଗ ଗାରଡିଆ, ରବିନ ମହାନ୍ତ, ନାଗେଶ୍ୱର ମହାରଣା, ହାଡିବନ୍ଧୁ ମହାପାତ୍ର ନେତୃତ୍ୱ ନେଇଥିଲେ। ସେମାନଙ୍କ ନେତୃତ୍ୱରେ ମହିଳାମାନେ ନାରୀ ସଶକ୍ତିକରଣ ପ୍ରତି ଦୃଢ଼ ସମର୍ଥନ ଜଣାଇଥିଲେ ରାଲିରେ ସଫଳ ଆୟୋଜନରେ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ଅଖିଳ ଚନ୍ଦ୍ର ନାୟକ ସମର୍ଥନ ଜଣାଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News