Dailyhunt
ଚର୍ଚ୍ଚାରେ ତାପସୀ 'ଅସ୍‌ସି'

ଚର୍ଚ୍ଚାରେ ତାପସୀ 'ଅସ୍‌ସି'

ମ ସମୟର ଏକ ଗୁରୁତର ସାମାଜିକ ପ୍ରସଙ୍ଗକୁ ନେଇ ନିକଟରେ ରିଲିଜ୍‌ ହୋଇଛି ତାପସୀ ପନ୍ନୁଙ୍କ ନୂଆ ଫିଲ୍ମ 'ଅସ୍‌ସି'। ଏବେ ଅନେକ ସ୍ଥାନରେ ଏହି ଫିଲ୍ମର ଚର୍ଚ୍ଚା। 'ଧୁରନ୍ଧର୍‌-୨' ବକ୍‌ସ ଅଫିସ୍‌ରେ ବାଜିମାତ୍‌ କରୁଥିବା ବେଳେ ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ 'ଅସ୍‌ସି' ସମାଜର ଏକ ସମ୍ବେଦନଶୀଳ ବିଷୟକୁ ନେଇ ନିର୍ମିତ ହୋଇଛି, ଯେଉଁଥିରେ ତାପସୀ ଜଣେ ଓକିଲ ଭୂମିକାରେ ନଜର ଆସିଛନ୍ତି।

ତାଙ୍କ ଦମ୍‌ଦାର୍‌ ସଂଳାପ ଓ ଅଭିନୟର ବେଶ୍‌ ପ୍ରଶଂସା ହେଉଛି।

ସିଇସିଙ୍କ ବିରୋଧରେ ମହାଭିଯୋଗ ଖାରଜ

୧୯୪୪ରେ ଜୋର ଧରିଥିଲା ଅଳଙ୍କାର…

ଏପ୍ରିଲରେ ୩ ରାଶିର ଚମକିବ ଭାଗ୍ୟ

ପରିମା ନାମ୍ନୀ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀଙ୍କୁ କେନ୍ଦ୍ର କରି ଏହାର କାହାଣୀ ଗଢ଼ି ଉଠିଛି, ଯେଉଁ ଭୂମିକାରେ କନି କୁସ୍‌ରୁତିଙ୍କୁ ଦେଖିବାକୁ ମିଳିଛି। ଦିନେ ସଂଧ୍ୟାରେ ସ୍କୁଲ୍‌ରୁ ଫେରୁଥିବା ବେଳେ କେତେକ ଯୁବକ ଶିକ୍ଷୟିତ୍ରୀଙ୍କୁ ଅପହରଣ କରିନେଇ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ଏହାପରେ ତାଙ୍କ ଜୀବନରେ ସବୁକିଛିି ବଦଳି ଯାଇଛି।

ପୁଲିସ ଓ ଆଇନ ବ୍ୟବସ୍ଥା ଭିତରେ ଛନ୍ଦିହୋଇ ସେ ସବୁଆଡ଼ୁ ଯେମିତି ପୁଣି ଥରେ ନିର୍ଯାତନାର ଶିକାର ହେଉଛନ୍ତି। ଏପରିକି ତାଙ୍କ ସ୍କୁଲ୍‌ର ଅଧ୍ୟକ୍ଷା ଓ ଅନ୍ୟମାନେ ବି ସମ୍ବେଦନା ବଦଳରେ ହଇରାଣ ହରକତ କରୁଛନ୍ତି। ଅଦାଲତରେ ତାପସୀ ଏହି ମାମଲା ଲଢ଼ି ଆମ ସାମାଜିକ ବ୍ୟବସ୍ଥା ଉପରେ ପ୍ରଶ୍ନ କରୁଛନ୍ତି, ଯାହାକୁ ଦର୍ଶକ ପସନ୍ଦ କରିଛନ୍ତି। ପରିସଂଖ୍ୟାନ ଅନୁସାରେ, ଆମ ଦେଶରେ ପ୍ରତି କୋଡ଼ିଏ ମିନିଟରେ ଜଣେ ମହିଳା ଦୁଷ୍କର୍ମର ଶିକାର ହୁଅନ୍ତି। ଏହି ଫିଲ୍ମ ସେହି ସାମାଜିକ ବ୍ୟାଧିକୁ ମନେପକାଇ ଦେଉଛି। ପୂର୍ବରୁ ତାପସୀଙ୍କୁ ନେଇ ଅନୁଭବ ସିହ୍ନା 'ଥପ୍ପଡ୍‌' ଫିଲ୍ମ କରିଥିଲେ, ଯାହାକୁ ଦର୍ଶକ ପସନ୍ଦ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News