Dailyhunt
ଚାରିଦିନିଆ ନ୍ୟାୟ ସଂହିତା ପ୍ରଦର୍ଶନୀ

ଚାରିଦିନିଆ ନ୍ୟାୟ ସଂହିତା ପ୍ରଦର୍ଶନୀ

ଭୁବନେଶ୍ୱର: ୟୁନିଟ-୩ ଓଊଉଙ ପ୍ରଦର୍ଶନୀ ପଡିଆ ଠାରେ ଆଜି ଠାରୁ 'ନ୍ୟାୟ ସଂହିତା ପ୍ରଦର୍ଶନୀ' ଆରମ୍ଭ ହୋଇଯାଇଛି । ଓଡିଶା ପୁଲିସ ପକ୍ଷରୁ ଆୟୋଜିତ ଏହି ୪ ଦିବସୀୟ ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏଠାରେ ଭାରତର ନୂତନ ଅପରାଧିକ ଆଇନ ଓ ଆଧୁନିକ ନ୍ୟାୟ ବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଉଛି ।

ଦେଶର ନୂତନ ଅପରାଧ ଆଇନଗୁଡ଼ିକ ବିଷୟରେ ସାଧାରଣ ଲୋକଙ୍କୁ ସଚେତନ କରିବା ସହିତ ଡିଜିଟାଲ ଓ ନ୍ୟାୟକେନ୍ଦ୍ରିକ ଅପରାଧ ନ୍ୟାୟ ବ୍ୟବସ୍ଥା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ହେଉଛି ଏହି ପ୍ରଦର୍ଶନୀର ପ୍ରମୁଖ ଉଦେ୍ଦଶ୍ୟ । ପ୍ରଦର୍ଶନୀକୁ ଆସୁଥିବା ପରିଦର୍ଶକମାନେ ନୂତନ ଆଇନର ବିଭିନ୍ନ ମୂଳ ବିଶେଷତା ବିଷୟରେ ଜାଣିବା ସହିତ ପୋଲିସର ଆଧୁନିକ ପ୍ରଯୁକ୍ତି ଆଧାରିତ ତଦନ୍ତ ପ୍ରଣାଳୀ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ମଧ୍ୟ ଅବଗତ ହେଉଛନ୍ତି । ଏହି ପ୍ରଦର୍ଶନୀ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଫାଇନାଲରେ କିଏ ହେବ ବିଶ୍ୱ…

ଡେରା ମୁଖ୍ୟ ରାମ ରହିମ ନିଦେ୍ର୍ଦାଷ

ରନ୍ଧନ ଗ୍ୟାସ୍ ଦରବୃଦ୍ଧି

ଅମିତ ଶାହଙ୍କ ଭାଷଣକୁ ଭୁଲିପାରୁନି…

ଆଗାମୀ ଦିନଗୁଡ଼ିକରେ ମଧ୍ୟ ଅଧିକ ସଂଖ୍ୟକ ଲୋକ ପ୍ରଦର୍ଶନୀକୁ ଆସି ନୂତନ ଆଇନ ବିଷୟରେ ଜାଣିବା ପାଇଁ ଓଡିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ଆହ୍ୱାନ କରାଯାଉଛି । ନ୍ୟାୟ ସଂହିତା ପ୍ରଦର୍ଶନୀ ଭାରତର ଅପରାଧ ନ୍ୟାୟ ବ୍ୟବସ୍ଥାର ଐତିହାସିକ ପରିବର୍ତନ ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ପୋଲିସର ପ୍ରତିବଦ୍ଧତାର ଏକ ପ୍ରତିଫଳନ ।

ବୈଜ୍ଞାନିକ ତଦନ୍ତ, ଆଧୁନିକ ପ୍ରଯୁକ୍ତି ଓ ନାଗରିକ ଅଂଶଗ୍ରହଣ ମାଧ୍ୟମରେ ସଠିକ ସମୟ ମଧ୍ୟରେ ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରିବାକୁ ଓଡିଶା ପୋଲିସ ସଂକଳ୍ପବଦ୍ଧ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News