Dailyhunt
ଚିକେନ୍ ନେକ୍ ପ୍ରତି ଆମ ଦରଦ

ଚିକେନ୍ ନେକ୍ ପ୍ରତି ଆମ ଦରଦ

ଦେଶ ବିଭାଜନ ସମୟରେ ରେଡ୍ କ୍ଲିଫ୍ ଇଂରେଜ ସାହେବ ଟାଣିଥିବା ବିଭାଜନ ରେଖା ଭାରତ ଓ ପାକିସ୍ତାନକୁ ଦୁଇ ଭାଗ କରିଥିଲା । ସେଥିରେ ତକôାଳୀନ ପୂର୍ବ-ପାକିସ୍ତାନ ତଥା ବର୍ତମାନର ବାଂଲାଦେଶ ଓ ପଶ୍ଚିମବଙ୍ଗ ମଧ୍ୟରେ ଯେଉଁ ବିଭାଜନ ରେଖା ଟଣାଯାଇଥିଲା, ତାହା ଥିଲା ଅତ୍ୟନ୍ତ ଅବାସ୍ତବ ଏବଂ ଜଟିଳ । ନେପାଳ ଓ ବାଂଲାଦେଶ ମଝିରେ ପ୍ରାୟ ୨୨ କି.ମି.

ଚଉଡା ଓ ୬୦ କି.ମି. ଲମ୍ବର ଯେଉଁ ଭୂମି ଭାରତର ରହିଛି ତାହା ପଶ୍ଚିମବଙ୍ଗ, ସିକ୍କିମ ଏବଂ ଉତର-ପୂର୍ବାଂଚଳର ୭(ସାତ)ଟି ରାଜ୍ୟ ସହିତ ସ୍ଥଳଭାଗରେ ଯୋଗାଯୋଗର ଏକମାତ୍ର ମାଧ୍ୟମ । ଏହି ପଥଦେଇ ଉତର-ପୂର୍ବାଂଚଳକୁ ରେଳ, ସଡକ, ଗ୍ୟାସ, ଟେଲିକମ୍ ସଂଯୋଗ ଭାରତର ମୁଖ୍ୟ ଭୂଖଣ୍ଡରୁ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଚୀନ୍, ମିୟାଁମାର, ବାଂଲାଦେଶ ଓ ଭୁଟାନ ଦ୍ୱାରା ପରିବେଷ୍ଟିତ ଆମ ଉତର-ପୂର୍ବାଂଚଳର ସୁରକ୍ଷା ପାଇଁ ସୈନ୍ୟ, ଯୁଦ୍ଧାସ୍ତ୍ର, ଯୁଦ୍ଧ ସରଞ୍ଜାମ ପ୍ରେରଣ ସହିତ ଅନ୍ୟ ଆବଶ୍ୟକ ସାମଗ୍ରୀ ସ୍ଥଳପଥରେ ପଠାଇବାରେ ଏହି ମାର୍ଗ ହିଁ ଗୁରୁତ୍ୱ ବହନ କରିଥାଏ ।

"ଚିକେନ୍-ନେକ୍'ର ପଶ୍ଚିମରେ ନେପାଳ, ପୂର୍ବରେ ବାଂଲାଦେଶ ରହିଥିଲାବେଳେ ଅନତି ଦୂରରେ ରହିଛି ଚୀନ୍ ଓ ଭୁଟାନ ସୀମା । ସୁତରାଂ ରଣକୌଶଳାତ୍ମକ ଦୃଷ୍ଟିରୁ ଏହି ଅଂଚଳର ସୁରକ୍ଷା ଓ ନିରାପତା ଅତି ଗୁରୁତ୍ୱ ବହନ କରେ । ଚୀନ୍ ଆମ ପ୍ରତି ସର୍ବଦା ବୈରଭାବ ପ୍ରଦର୍ଶନ କରିଆସୁଛି । ଭାରତ ପାଇଁ ସ୍ୱାଧୀନତା ପାଇଥିବା ବାଂଲାଦେଶ ଆଜି ଭାରତକୁ ଭୁଲି ଚୀନ୍ ଓ ପାକିସ୍ତାନ ସହାୟତାରେ "ଚିକେନ୍-ନେକ୍'କୁ ଦଖଲ କରି ଭାରତର ଉତର-ପୂର୍ବାଂଚଳ ରାଜ୍ୟଗୁଡିକୁ ଭାରତରୁ ବିଚ୍ଛିନ୍ନ କରିବା ସହ ବୃହତର ବାଂଲାଦେଶ ଗଠନ କରିବାକୁ ସେଠାକାର ମୌଳବାଦୀ ତତ୍ୱ ଦେଇଛନ୍ତି ଖୋଲା ଧମକ । ଚିକେନ୍-ନେକ୍ ବା ସିଲିଗୁଡି କରିଡର୍ ଏକ ସଙ୍କୁଚିତ ଭୂଖଣ୍ଡ ଯାହା ଭାରତକୁ ଉତର-ପୂର୍ବ ରାଜ୍ୟ ସମୂହ ସଂଯୋଗ କରୁଥିବାରୁ ଚୀନ୍ ଏହାକୁ ଭାରତର ମୂଳ ଭୂଖଣ୍ଡରୁ ଅଲଗା କରିଦେବାକୁ ମସୁଧା କରି ବାଂଲାଦେଶର ବହୁ ପୁରୁଣା ବିମାନଘାଟି "ଲାଲ ମୁନିରହାଟ୍'ର ପୁନଃନିର୍ମାଣ ପାଇଁ ଲାଗିପଡିଛି । ବାଂଲାଦେଶରେ ଥିବା ଏହି ପୁରୁଣା ବିମାନଘାଟି ୧୯୩୮ ମସିହାରେ ଇଂରେଜ ଶାସନ କାଳରେ ପ୍ରତିଷ୍ଠା କରାଯାଇଥିଲା । ସ୍ୱାଧୀନତା ପରେ ତକôାଳୀନ ପାକିସ୍ତାନ ଏହାକୁ ୧୯୫୮ ମସିହାରେ ବନ୍ଦ କରିଦେଇଥିଲା ।

ଫାଇନାଲରେ କିଏ ହେବ ବିଶ୍ୱ…

ଡେରା ମୁଖ୍ୟ ରାମ ରହିମ ନିଦେ୍ର୍ଦାଷ

ରନ୍ଧନ ଗ୍ୟାସ୍ ଦରବୃଦ୍ଧି

ଅମିତ ଶାହଙ୍କ ଭାଷଣକୁ ଭୁଲିପାରୁନି…

ମାତ୍ର ବାଂଲାଦେଶର ସୃଷ୍ଟି ପରେ ଶେଖ୍ ହସିନା ତାଙ୍କର ପିତା ଶେଖ୍ ମୁଜିବର ରହମନ୍ଙ୍କ ସ୍ମୃତି ଉଦେ୍ଦଶ୍ୟରେ ସେଠାରେ ଏକ ନାଭିଗେସନ୍ ୟୁନିଭର୍ସିଟି ସ୍ଥାପନ କରିବାର ଯୋଜନା କରିଥିଲେ । ବାଂଲାଦେଶର କାମଚଳା ସରକାର ମୁଖ୍ୟ ୟୁନୁସ୍ ତାକୁ ଭାରତ ବିପକ୍ଷରେ ନିୟୋଜନ କରିବାକୁ ଚୀନ ହାତକୁ ଟେକି ଦେଇଛନ୍ତି । ରେହମାନଙ୍କ ଅମଳରେ ତାହା ଚୀନ ହାତରେ ରହିବ କି ନା', ସେ ନିଷ୍ପତିକୁ ଅପେକ୍ଷା କରାଯାଉଛି । ଭାରତୀୟ ସୀମାଠାରୁ ଏହି ବିମାନଘାଟିର ଦୂରତ୍ୱ ମାତ୍ର ୧୫ କି.ମି. ଏବଂ ସିଲିଗୁଡି କରିଡରଠାରୁ ମାତ୍ର ୧୩୫ କି. ମି. ଦୂରରେ ଥିବାରୁ ସାମରିକ ଦୃଷ୍ଟିରୁ ଏହାର ଅବସ୍ଥିତି ଭାରତ ପାଇଁ ସୃଷ୍ଟି କରିଛି ଆହ୍ୱାନ । ଚୀନକୁ ପ୍ରଦାନ କରି ବାଂଲାଦେଶର ସରକାର ତାଙ୍କ ଗୁପ୍ତ ମନସା ପୂରଣ କରିବାର ଦୁର୍ବାର ଅଭିଳାଷ ପୋଷଣ କରିଛନ୍ତି । ବାଂଲାଦେଶ ଚିଟ୍ଟାଗଙ୍ଗ ବା ଚଟୋଗ୍ରାମରେ ସ୍ୱତନ୍ତ୍ର ଅର୍ଥନୈତିକ ଅଂଚଳ (ଏସ୍ଇଜେଡ୍) ପାଇଁ ଭାରତକୁ ଦେଇଥିବା ଜମି ଆବଂଟନକୁ ପ୍ରତ୍ୟାହାର କରିନେଇ ସେହି ଜମିକୁ କାମଚଳା ସରକାର ମୁଖ୍ୟ ୟୁନୁସ୍ ଚୀନକୁ ପ୍ରଦାନ କରିଛି । ଚୀନ୍ ସେଠାରେ ଡ୍ରୋନ୍ ନିର୍ମାଣ ପାଇଁ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ କରିବ । ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଂଲାଦେଶ ଗସ୍ତକାଳରେ ତକôାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ଚୁକ୍ତି ହେବାପରେ ଚିଟ୍ଟାଗଙ୍ଗ ମୀରସରାଇ ଠାରେ ଭାରତୀୟ ନିବେଶକଙ୍କ ପାଇଁ ୮୫୦ ଏକର ଜମି ପ୍ରଦାନ କରାଯାଇଥିଲା । ଏଥିପାଇଁ ଭାରତ ବାଂଲାଦେଶକୁ ୧୧୫ ମିଲିଅନ ଡଲାର ସହାୟତା ରାଶି ପ୍ରଦାନ ମଧ୍ୟ କରିଥିବାର ଜଣାଯାଏ ।

ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି ଓ ଭାରତୀୟ କମ୍ପାନୀଗୁଡିକୁ ବିଶେଷ ସୁବିଧା ପ୍ରଦାନ କରିବା ଏହି ପ୍ରକଳ୍ପର ଥିଲା ମୂଳ ଉଦେ୍ଦଶ୍ୟ । ୨୦୧୯ରେ ବି.ଇ.ଜେଡ୍.ଏ. ଓ ଆଦାନୀ ପୋର୍ଟସ୍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ବାଂଲାଦେଶ ସରକାର ଏହାକୁ ଭ୍ରୂକ୍ଷେପ କରି ଚୀନ୍ ହାତକୁ ଟେକିଦେଇଛି । ୮୫୦ ଏକର ପରିମିତ ଏହି ଜମିରେ ଚୀନ୍ ଡ୍ରୋନ୍ ତିଆରି କରିବ ଓ ବାଂଲାଦେଶକୁ ଡ୍ରୋନ୍ ତିଆରି ଜ୍ଞାନକୌଶଳ ହସ୍ତାନ୍ତର କରିବ । ସେହି ସ୍ଥାନରେ ଚୀନ୍ ମିଡିୟମ୍ ରେଞ୍ଜ ଓ ଭର୍ଟିକାଲ୍ ଲିଫ୍ଟ ଡ୍ରୋନ୍ ନିର୍ମାଣ କରିବ ବୋଲି ଜଣାଯାଏ । ଭାରତ ସୀମାଠାରୁ ଏହି ଅଂଚଳ ପ୍ରାୟ ୧୦୦ କି.ମି ଦୂରରେ ଅବସ୍ଥିତ ଥିବାରୁ ପରିବର୍ତିତ ସ୍ଥିତି ଭାରତ ପାଇଁ ଚିନ୍ତା ସୃଷ୍ଟି କରିଛି । ଏଥିସହ ଚୀନ୍ ବାଂଲାଦେଶକୁ ୨୦ଟି "ଜେ-୧୦ସି' ଫାଇଟର୍ କମ୍ବାଟ୍ ଏୟାରକ୍ରାଫ୍ଟ ଦେବାକୁ ଚୁକ୍ତି କରିସାରିଛି ଏବଂ ଏହାର ଯୋଗାଣ ୨୦୨୬ ମସିହା ଶେଷଭାଗରୁ ଆରମ୍ଭ ହେବାର ସୂଚନା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ବାଂଲାଦେଶର ନିଷ୍ପତି ଭାରତ ପାଇଁ ଉଭୟ ରଣନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଶକ୍ତ ଧକ୍କା ବୋଲି ବିବେଚନା କରାଯାଉଛି । ବାଂଲାଦେଶ ଉଭୟ ଚୀନ୍ ଓ ପାକିସ୍ତାନ ସହିତ ସମ୍ପର୍କ ବଢ଼ାଇ ଚାଲିଛି । ୧୪ ବର୍ଷ ପରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ୨୦୨୬ ଜାନୁଆରୀ ୨୯ ତାରିଖରେ ସିଧାସଳଖ ବିମାନସେବା ପୁଣି ଥରେ ଆରମ୍ଭ ହୋଇଛି ।
ବାଂଲାଦେଶ ଓ ଚୀନ୍ର ମନ୍ଦ ଉଦେ୍ଦଶ୍ୟକୁ ଆଖିଆଗରେ ରଖି ଭାରତ "ଚିକେନ୍ ନେକ୍'ର ସୁରକ୍ଷା ବ୍ୟବସ୍ଥା ପ୍ରତି ତତ୍ପରତା ପ୍ରଦର୍ଶନପୂର୍ବକ ବଜେଟ୍ରେ ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏବେ ସିଲିଗୁଡି କରିଡର ଦେଇ ୪୦କି.ମି. ଦୀର୍ଘ ଟନେଲ୍ ତିଆରି କରାଯିବ ।

ମାଟିତଳେ ରେଳଟ୍ରାକ୍ ବିଛାଯିବା ସହ ବର୍ତମାନର ଭୂମି ଉପରେ ଥିବା ଚାରି ଲାଇନ୍ ବିଶିଷ୍ଟ ରେଳଟ୍ରାକ କାର୍ଯ୍ୟ ଆରମ୍ଭ ହୋଇଛି । ଅଣ୍ଡରଗ୍ରାଉଣ୍ଡ ରେଳ ଟ୍ରାକ୍ ପଶ୍ଚିମବଙ୍ଗର ଟିନ୍-ମଡେଲ-ହାଟ୍ରୁ ରଙ୍ଗପାଣି ପର୍ଯ୍ୟନ୍ତ ବିଛାଯିବ ।ଏହି ରେଳଲାଇନ ଭୂମିପୃଷ୍ଠରୁ ୨୦ରୁ ୨୪ ମିଟର ଗଭୀରତାରେ ବିଛାଯିବ । ଟିନ୍ ମଡେଲ ହାଟ୍ ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ରହିଛି, ଯାହାକି ସିଲିଗୁଡିରୁ ପ୍ରାୟ ୧୦ କି.ମି. ଦୂରରେ ବାଂଲାଦେଶ ସୀମା ନିକଟରେ ଅବସ୍ଥିତ । ଏଠାରୁ ବାଂଲାଦେଶର ପଂଚଗଡ ଜିଲ୍ଲା ମାତ୍ର ୬୮ କି.ମି. । ସିଲିଗୁଡ଼ି କରିଡର ପାର୍ବତ୍ୟାଂଚଳ ତଥା ଉପତ୍ୟକା ଦେଇ ଯାଇଛି, ଯାହାକି ଭୂମିକମ୍ପପ୍ରବଣ ଅଂଚଳ । ତେଣୁ ଭୂତଳ ରେଳପଥ ଓ ସଡକ ଭିତିଭୂମିର ବିକାଶ ନିଶ୍ଚୟ ଆହ୍ୱାନପୂର୍ଣ୍ଣ ତଥା ବ୍ୟୟବହୁଳ । ଭାରତ ପାଖରେ ଏଥିପାଇଁ ପ୍ରଯୁକ୍ତି ଓ ଅର୍ଥର ଅଭାବ ନାହିଁ । ଏହି ପ୍ରକଳ୍ପ ନିର୍ମାଣରେ ପ୍ରାୟ ସାତବର୍ଷ ସମୟ ଲାଗିପାରେ । ତଥାପି ନିରାପତା ତଥା ପରିବର୍ତିତ ବିଶ୍ୱ ରାଜନୀତି ପ୍ରେକ୍ଷାପଟ୍ଟରେ ଭାରତକୁ ଏହାର ଆଂଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ଏହା ଅବଶ୍ୟ ଜରୁରି । ଅଣ୍ଡରଗ୍ରାଉଣ୍ଡ ଟନେଲ୍ ପ୍ରତି ବିପଦ ଅପେକ୍ଷାକୃତ କମ୍ । ଶତ୍ରୁପକ୍ଷ ଏହାକୁ ଆକାଶମାର୍ଗରୁ ବୋମା, ମିସାଇଲ ଅଥବା ଡ୍ରୋନ୍ ଦ୍ୱାରା ଧ୍ୱଂସ କରିବାକୁ ପ୍ରଚେଷ୍ଟା କରିପାରେ ମାତ୍ର ଅଣ୍ଡରଗ୍ରାଉଣ୍ଡ ଭିତିଭୂମି, ଭୂପୃଷ୍ଠରେ ଥିବା ଭିତିଭୂମିଠାରୁ ଅପେକ୍ଷାକୃତ ଅଧିକ ସୁରକ୍ଷିତ ହୋଇଥିବାରୁ ଶତ୍ରୁର ପଦକ୍ଷେପ ସମ୍ପୂର୍ଣ୍ଣ ସଫଳ ହେବା କଷ୍ଟସାଧ୍ୟ ତଥା ସମୟସାପେକ୍ଷ । ରେଳରେ ମାଲ ପରିବହନ ଟ୍ରକଦ୍ୱାରା ପରିବହନ ଠାରୁ ସହଜ । ଗୋଟିଏ ମାଲବାହୀ ଟ୍ରେନରେ ପ୍ରାୟ ତିନିଶହ ଟ୍ରକରେ ଯେତିକି ସାମଗ୍ରୀ ନିଆଯାଇପାରିବ, ପ୍ରାୟ ସେତିକି ପରିମାଣର ମାଲ ପରିବହନ କରାଯାଇପାରେ । ବାଂଲାଦେଶ ଓ ଚୀନ୍ ପଟୁ ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ବିମାନଘାଟିଗୁଡ଼ିକୁ ଏବେ କାର୍ଯ୍ୟକ୍ଷମ କରିବା ଦିଗରେ ତତ୍ପର ।
ଭାରତର ୫ଟି ରାଜ୍ୟ ସହିତ ବାଂଲାଦେଶର ଆନ୍ତର୍ଜାତିକ ସୀମାନ୍ତ ରହିଛି ଯାହାକି ୪ ହଜାର ୯୬ କି. ମି. (୪୦୯୬) ଦୀର୍ଘ ଏବଂ କେବଳ ପଶ୍ଚିମବଙ୍ଗରେ ୨୨୧୭ (ଦୁଇହଜାର ଦୁଇଶହ ସତର) କି.ମି. ରହିଛି । ଭାରତ ସେହି ଉନ୍ମୁକ୍ତ ଅଂଚଳକୁ ନୂତନ ଡିଜାଇନ ବାଡ ଦ୍ୱାରା ଘେରିବା ସହ ଶକ୍ତିଶାଳୀ ନିରୀକ୍ଷଣ କ୍ୟାମେରା ଏବଂ ଉନ୍ନତ କ୍ଷେତ୍ର-ଡୋମିନେସନ ସିଷ୍ଟମ୍ ସହିତ ସଜ୍ଜିତ ହେବାକୁ ଚଳାଇଛି ପ୍ରଚେଷ୍ଟା, ଯାହାଦ୍ୱାରା ସୀମାନ୍ତ ଉଲ୍ଲଙ୍ଘନ ସମୟରେ ବି.ଏସ୍.ଏଫ୍ ନଜରରେ ଆସିପାରିବ । ରୁଷିଆ ୟୁକ୍ରେନକୁ ତଳିତଳାନ୍ତ କରିବାକୁ ବସିଛି । ଇସ୍ରାଏଲ୍ ଗାଜାକୁ ଶ୍ମଶାନରେ ପରିଣତ କରୁଛି, ଆମେରିକା ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ଉଠାଇ ନେଇ ବନ୍ଦୀଶାଳାର କୋଠରିରେ ରଖିଛି । ବର୍ତମାନ ନା ଅଛି ଆଇନ, ନା ଅଛି ନିୟମ, ନା ଅଛି ମାନବିକତା- କେବଳ ରହିଛି ଶକ୍ତିର ଭାଷା । ବର୍ତମାନ ସ୍ଥିତିରେ ଭାରତ ଆଧୁନିକ କ୍ଷେପଣାସ୍ତ୍ର, କମ୍ବାଟ୍-ଏୟାରକ୍ରାଫ୍ଟ, ରକେଟ, ଆର୍ଟିଲାରୀ ଗନ୍, ଡ୍ରୋନ୍, ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରି ଚିକେନ୍ ନେକ୍ ସୁରକ୍ଷା ପ୍ରତି ସଚେତନ ରହିବା ସମୟର ଆହ୍ୱାନ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News