Dailyhunt
ଢେଙ୍କାନାଳରେ ' ସତ୍ୟବାଦୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ'ରେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳରେ ' ସତ୍ୟବାଦୀ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ'ରେ କେନ୍ଦ୍ରମନ୍ତ୍ରୀ

ମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ । ଆମର ପରିଚୟ ଏବଂ ଅସ୍ମିତା କ'ଣ, ତା' ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡିବ । ଯେଉଁ ବ୍ୟକ୍ତି, ସମାଜ କିମ୍ବା ସମୂହ ତା'ର ମୂଳ ବିଷୟ ଏବଂ ଅସ୍ମିତା ସମ୍ପର୍କରେ ଅସ୍ପଷ୍ଟ, ସେହି ବ୍ୟକ୍ତି କେବେ ବି ଭବିଷ୍ୟତର ମାର୍ଗ ପ୍ରସ୍ତୁତ କରିପାରିବ ନାହିଁ ବୋଲି ଶନିବାର ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଠାରେ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର "ସୁବର୍ଣ୍ଣ ଜୟନ୍ତୀ ସମାରୋହ"ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଢେଙ୍କାନାଳ ମାଟିର ସୁଯୋଗ୍ୟ ସନ୍ତାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ସ୍ୱାଧୀନତାକୁ ଭଲ ଭାବରେ ବୁଝିଥିବା କାରଣରୁ ବ୍ରିଟିଶମାନଙ୍କୁ ନଦୀ ପାର କରାଇନଥିଲେ । ଏଥିରେ ମୂଳ ବିଷୟ ଥିଲା ଦେଶପ୍ରେମ । ଏହି ଆଧାରରେ ପିଲାମାନଙ୍କୁ ଶିକ୍ଷାର ମୂଳ ଲକ୍ଷ୍ୟ ସହ ଯୋଡିବାକୁ ପଡିବ । ଆମ ଜୀବନ ସ୍ୱୟଂ ପାଇଁ ନୁହେଁ ବରଂ ସମୂହ ପାଇଁ । ଏହାକୁ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପଡିବ ।

ସ୍କୁଲ ଶିକ୍ଷା ପାଇଁ ଯୋଜନା କରିବା ସହ ପିଲାମାନଙ୍କ ଜ୍ଞାନର ବିକାଶ, ବ୍ୟକ୍ତିତ୍ୱ, ଚରିତ୍ର ଗଠନର ଦାୟିତ୍ୱ ନେବା ପାଇଁ ପଡିବ । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ ସୁଦ୍ଧା ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ବୈଷ୍ଣବ ଚରଣ ପଟ୍ଟନାୟକ, ଶହୀଦ ବାଜି ରାଉତ, ମହେଶ ଚନ୍ଦ୍ର ସୁବାହୁ ସିଂ, ସାରଙ୍ଗଧର ଦାସ ଓ ମୂଷା ମଲିକଙ୍କ ପରି ନେତୃତ୍ୱଙ୍କ ବିଚାରରେ ଦେଶସେବାରେ ବ୍ରତୀ ହୋଇ ୨୦୩୬ ଓ ୨୦୪୭ ମସିହା ସୁଦ୍ଧା ବୈଶ୍ୱିକ ନାଗରିକଙ୍କ କଲ୍ୟାଣ ପାଇଁ ଏବେ ଠାରୁ ନିଜର ଦାୟିତ୍ୱ ନିର୍ବାହ କରିବାକୁ ଶ୍ରୀ ପ୍ରଧାନ ଅପିଲ କରିଛନ୍ତି ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ…

'ଏକ୍ ଅକେଲା ସବ୍ ପର୍ ଭାରି':…

ଦେବୋତ୍ଥାନ ଏକାଦଶୀ: ନିଦରୁ ଉଠିବେ…

ନିର୍ବାଚନ ପୂର୍ବରୁ ଦଳଡ଼ିଆଁ…

ସେ ଆହୁରି କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଢେଙ୍କାନାଳ ସ୍ୱତନ୍ତ୍ର ଜିଲ୍ଲାର ଅଧିକାରୀ । ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି । ଏଥିପାଇଁ ଏ ଅଞ୍ଚଳର ମହାପୁରୁଷମାନେ ଜିଲ୍ଲାର ବିକାଶ ପାଇଁ ଶିକ୍ଷାକୁ ଆୟୁଧ କରିଥିଲେ । କଳା, ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ଜିଲ୍ଲା ଢେଙ୍କାନାଳର ନାଗରିକମାନେ ଆତ୍ମବିଶ୍ୱାସୀ । ସତ୍ୟବାଦୀ ସରକାରୀ ହାଇସ୍କୁଲର ୫୦ ବର୍ଷ ପୂର୍ତ୍ତି ହେବା ଢେଙ୍କାନାଳ ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ କାର୍ଯ୍ୟକାରୀ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ସାମର୍ଥ୍ୟ ବା ଯୋଗ୍ୟତା, ମାତୃଭାଷାରେ ଶିକ୍ଷା ପ୍ରଦାନ, ଶିକ୍ଷାର ମୂଳକୁ ମଜଭୂତ୍ କରିବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଆଜି ଯେତେବେଳେ ଟେକ୍ନୋଲୋଜି ଯୁଗରେ ଡିଗ୍ରୀ ଓ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ଅଧିକ ମହତ୍ତ୍ୱ ରଖୁଛି, ସେହି ସମୟରେ ଅନେକ ମହାପୁରୁଷଙ୍କ ଦ୍ୱାରା ପ୍ରତିଷ୍ଠା ହୋଇ ବଟ୍ଟବୃକ୍ଷର ରୂପ ନେଇଥିବା ସତ୍ୟବାଦୀ ସରକାରୀ ହାଇସ୍କୁଲ ଢେଙ୍କାନାଳରେ ଶିକ୍ଷାର ପରମ୍ପରାକୁ ଆଗକୁ ନେବ ବୋଲି ସେ କହିଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର "ସୁବର୍ଣ୍ଣ ଜୟନ୍ତୀ ସମାରୋହ" ଅବସରରେ ଏକ ସ୍ମରଣିକା ଉନ୍ମୋଚନ ସହ ସ୍କୁଲର ପ୍ରତିଷ୍ଠାତା ସଦସ୍ୟମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ । ଏହା ପୂର୍ବରୁ ଶ୍ରୀ ପ୍ରଧାନ ସ୍କୁଲ ପରିସରରେ ଆୟୋଜିତ 'ରକ୍ତଦାନ ଶିବିର'ରେ ଯୋଗଦେବା ସହ ପୃଥକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ସାମାଜିକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟିକୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଜସେବା ଓ ପରିବେଶ ସୁରକ୍ଷାର ମନୋଭାବ ତିଆରି କରିବ ବୋଲି କହିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News