Dailyhunt
ଡି ଏନ ହାଇସ୍କୁଲ ୧୯୭୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଡି ଏନ ହାଇସ୍କୁଲ ୧୯୭୧ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

କେନ୍ଦୁଝର: କେନ୍ଦୁଝରଗଡର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଏବଂ ସେମାନଙ୍କ ପରିବାରକୁ ନେଇ ଏକ ବନ୍ଧୁ ମିଳନ ସ୍ଥାନୀୟ ଅଶୋକ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି l ମାଟ୍ରିକ ପାସ କରିବାର ଦୀର୍ଘ ୫୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ସୁଦୂର କଟକ, ଭୁବନେଶ୍ୱର, ରାଉରକେଲା ଆଦି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏହି ବନ୍ଧୁ ମିଳନରେ ଯୋଗ ଦେବାପାଇଁ ଆସିଥିବା ପୂର୍ବତନ ଛାତ୍ର,ଛାତ୍ରୀମାନେ ସ୍କୁଲର ବହୁ ପୁରାତନ ସ୍ମୃତିକୁ ମନେ ପକେଇବା ସହ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ l ଆଗାମୀ ଦିନରେ ଏହି ବ୍ୟାଚର ଛାତ୍ର ମାନେ ସେବା ମୂଳକ କାର୍ଯ୍ୟ ହାତକୁ ନେବାକୁ ନିଷ୍ପତି ନେବା ସହ ସମାଜର ମଙ୍ଗଳ ଦିଗରେ କେମିତି ନିଜକୁ ସମର୍ପିତ କରି ପାରିବେ ସେ ଦିଗରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ l

ସରସ୍ୱତୀ ରାଜାମଣୀ: ନେତାଜୀଙ୍କ…

ପ୍ରୟାଗରାଜ ମହାସ୍ନାନ: ଓଡ଼ିଆ…

ବଡ଼ବିଲ ମହୋତ୍ସବର ରୌପ୍ୟ ଜୟନ୍ତୀ…

କେନ୍ଦୁଝରରେ ସାମାଜିକ ସୁରକ୍ଷା…

ଏହି ବନ୍ଧୁ ମିଳନରେ ଡି ଏନ ହାଇସ୍କୁଲର ପୁରାତନ ଛାତ୍ର ନରସିଂହ ରାଉଳ,ପ୍ରଦୀପ ରାଉତ, ସତ୍ୟ ନାରାୟଣ ମିଶ୍ର,ଅଶ୍ୱିନୀ ଚlଉଡା, ଆର୍ତ୍ତବନ୍ଧୁ ସାହୁ, ତାରିଣୀ ସାହୁ, ରବିନ ସାହୁ, କେଶବ ଚନ୍ଦ୍ର ମହାନ୍ତି, ଜିତୁ ପଟ୍ଟନାୟକ, ହରିହର ସାହୁ, ସଞ୍ଜୟ ମହାପାତ୍ର, ମହମ୍ମଦ କୈମୁଦ୍ଦିନ, ବିଜୟ ପ୍ରସାଦ ଚାନ୍ଦ, ସତ୍ୟନ୍ଦ୍ରନାଥ ଦାଶ , କୃଷ୍ଣ ଚନ୍ଦ୍ର ନନ୍ଦ, ବୁଲଗାଲିନ ମହାପାତ୍ର, ରାଧାନାଥ ମିଶ୍ର, ଭାଗିରଥି ମହାନ୍ତ, ବୈଷ୍ଣବ ମହାନ୍ତ, ଖଗେଶ୍ୱର ମହାନ୍ତ, ପିତାମ୍ବର ଧଡ଼ା, ମହମ୍ମଦ ନୁରୁଦ୍ଦିନ ଏବଂ ସଂଗ୍ରାମ ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ l

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News