Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ

ଦୁଇମାସରେ ୧୩୪୬ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ୱର: ଚଳିତ ବର୍ଷ ଜାନୁଆରି ୧ ତାରିଖରୁ ୨୮ ଫେବ୍ରୁଆରି ମଧ୍ୟରେ ଓଡିଶା ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୪୪୪ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରିଛି।

ପ୍ରଧାନମନ୍ତ୍ରୀ ସହିଦ ଦିବସ ଉପରେ…

ଶ୍ରୀକ୍ଷେତ୍ର ମଠାଧୀଶ ସେବା ସଂଘର…

ହସ୍ତଶିଳ୍ପ ସଂଗ୍ରହାଳୟ-କଳାଭୂମିର…

ତହସିଲ ନାକ ତଳୁ ଲୁଟ୍ ହେଉଛି…

୧୩୪୬ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଶୁକ୍ରବାର ଭୁବନେଶ୍ୱର ପୁଲିସ ଭବନ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୁର ଖୁରାନିଆ ଏହି ସୂଚନା ପ୍ରଦାନ କରିଛନ୍ତି। ସୂଚନାନୁସାରେ, ୨ ମାସ ମଧ୍ୟରେ ୪୧.୭ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ସୁଗାର, ୧୦.୧୭ କୋଟି ଟଙ୍କା ମୂଲ୍ୟର ବେଆଇନ କଫ୍‌ ସିରପ୍‌, ୨୦୦ କୋଟି ଟଙ୍କା ମୂଲ୍ୟର ୧୮୬୨ ଲିଟର ଗଞ୍ଜେଇ ତେଲ ଜବତ କରାଯାଇଛି।
ଏହି ସମସ୍ତ ମାମଲାରେ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି। ଏହା ସହିତ ସେ କହିଛନ୍ତି, ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡିଶା ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ରାଜ୍ୟବ୍ୟାପୀ ୧ ଏପ୍ରିଲ ୨୦୨୬ ଠାରୁ ଆରମ୍ଭ ହେବ। ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟରୁ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟର ସମ୍ପୂର୍ଣ୍ଣ ମୁଳୋତ୍ପାଟନ ହେବ ବୋଲି ଦୃଢେ଼ାକ୍ତି କରିଛନ୍ତି।

ନକ୍ସଲ ଗୋଷ୍ଠୀଙ୍କ ସହ ଗଞ୍ଜେଇ ଚାଷର ସମ୍ପର୍କ ନିବିଡ ବୋଲି ଦାବି କରି ଡିଜିପି କହିଛନ୍ତି, ନିରନ୍ତର କାର୍ଯ୍ୟାନୁଷ୍ଠାନ ଯୋଗୁଁ ନକ୍ସଲ କାର୍ଯ୍ୟକଳାପ ୧୨ଟି ଜିଲ୍ଲାରୁ ହ୍ରାସ ପାଇ ୨-୩ଟି ଜିଲ୍ଲାରେ ସୀମିତ ରହିଛି। ଏହାସହ ଗଜପତି, ରାୟଗଡ, କୋରାପୁଟ ଆଦି ଏକଦା ନକ୍ସଲ ପ୍ରଭାବିତ ଜିଲ୍ଲାରେ ୫୦ ପ୍ରତିଶତ ହ୍ରାସ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News