Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମ ଜିଲ୍ଲା ମୁଖ୍ୟ କେନାଲରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲା ମୁଖ୍ୟ କେନାଲରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ଞ୍ଜାମ(ସାକ୍‌ସୀ ନ୍ୟୁଜ୍‌): ଧରାକୋଟ ଥାନା ଅନ୍ତର୍ଗତ କୁସରାବ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ନିକଟସ୍ଥ ଋଷିକୁଲ୍ୟା ମୁଖ୍ୟ କେନାଲରେ ଗାଧୋଇବାକୁ ଯାଇ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ି ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କୁସରାବ ଗ୍ରାମର କହ୍ନେଇ ମହାରଣାଙ୍କ ପୁଅ ଭୂଷଣ ମହାରଣା ବୋଲି ଜଣାପଡ଼ିଛି।

ସେ ଗାଧୋଇବା ପାଇଁ ମୁଖ୍ୟ କେନାଲକୁ ଯାଇଥିବା ବେଳେ ଅସାବଧାନତାବଶତଃ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ ।

କୁସରାବ ଗ୍ରାମ ନିକଟରୁ ଭାସିଯିବାର ପ୍ରାୟ ଦୁଇ କିଲୋମିଟର ଦୂରରେ ଧରାକୋଟ ଅଗ୍ନିଶମ ବିଭାଗ ଓ ପୁଲିସର ମିଳିତ ଉଦ୍ୟମରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଘଟଣା ସମ୍ପର୍କରେ ଧରାକୋଟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ଗଞ୍ଜାମରୁ ପାଣିଗ୍ରାହୀ ଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News