Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାଇଦ୍ରାବାଦ୍‌ର ପ୍ରଥମ ବିଜୟ: କ୍ଲାସେନଙ୍କ ଅର୍ଦ୍ଧଶତକ

ହାଇଦ୍ରାବାଦ୍‌ର ପ୍ରଥମ ବିଜୟ: କ୍ଲାସେନଙ୍କ ଅର୍ଦ୍ଧଶତକ

କୋଲକାତା : ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଭଲ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି। ଏହା ହାଇଦ୍ରାବାଦ୍‌ର ପ୍ରଥମ ବିଜୟ ହୋଇଥିବାବେଳେ କୋଲକାତାର ଏହା କ୍ରମାଗତ ଦ୍ୱିତୀୟ ପରାଜୟ।

ବ୍ୟାଟିଂ କରିଥିବା ସନରାଇଜର୍ସକୁ ଟ୍ରାଭିସ ହେଡ୍‌ ଓ ଅଭିଷେକ ଶର୍ମା ୫.୪ ଓଭରରେ ୮୨ ରନର ବିସ୍ଫୋରକ ବ୍ୟାଟିଂ କରିଥିଲେ । ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ହେଡ୍‌ (୨୧ ବଲ, ୪୬ ରନ, ୬ ଚୌକା ଓ ୩ ଛକା), ଅଭିଷେକ (୨୧ ବଲ, ୪୮ ରନ, ୪ ଲେଖାଏ ଚୌକା ଓ ଛକା), ଅଧିନାୟକ ଇଶାନ କିଶନ (୧୪ ରନ, ୩ ଚୌକା) ଓ ଅନିକେତ ବର୍ମା (୧)ଙ୍କ ଉଇକେଟ ହରାଇଥିଲା। ଏହାପରେ ହେନରିଚ୍‌ କ୍ଲାସେନ ଓ ନୀତୀଶ କୁମାର ରେଡ୍ଡୀ ପଞ୍ଚମ ଉଇକେଟରେ ୫୩ ବଲରେ ୮୨ ରନ ଯୋଡ଼ିଥିଲେ। ଫଳରେ ସନରାଇଜର୍ସ ୨୦ ଓଭରରେ ୮ ଉଇକେଟ ହରାଇ ୨୨୬ ରନ କରିଥିଲା। କ୍ଲାସେନ ୩୫ ବଲରେ ୫୨ (୪ ଚୌକା ଓ ୧ ଛକା) ଓ ନୀତୀଶ ୨୪ ବଲରେ ୩୯ (୪ ଚୌକା ଓ ୧ ଛକା) ରନ କରି ଆଉଟ୍‌ ହୋଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News