Dailyhunt
ହଇଜା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ଦିବସ

ହଇଜା ରିସର୍ଚ୍ଚ ସେଂଟର ପ୍ରତିଷ୍ଠା ଦିବସ

୧୯୭୯ ଆଜିର ଦିନରେ ଭାରତର କୋଲକାତା (କଲିକତା) ମହାନଗରୀରେ ପ୍ରତିଷ୍ଠିତ କଲେରା ରିସର୍ଚ୍ଚ ସେଂଟର ନାମ ବଦଳାଇ ନ୍ୟାସ୍ନାଲ ଇନ୍ଷ୍ଟିଚୁ୍ୟଟ୍ ଅଫ୍ କଲେରା ଆଣ୍ଡ୍ ଇଂଟେରିକ୍ ଡିଜିଜେଜ୍ ରଖାଯାଇଥିଲା । ଅତୀତରେ ଜଳବାହିତ ସଂକ୍ରାମକ ରୋଗ ହଇଜାକୁ ମହାମାରୀ କୁହାଯାଉଥିଲା । ହଇଜା କବଳରୁ ଭାରତବାସୀଙ୍କୁ ବଂଚାଇବା ପାଇଁ ପ୍ରତିଷ୍ଠା କରାଯାଇଥିଲା କଲେରା ରିସର୍ଚ୍ଚ ସେଂଟର ।

ହିନ୍ଦୁ କାବ୍ୟ 'ମହାଭାରତ'କୁ ବଙ୍ଗଳା ଭାଷାରେ ଅନୁବାଦ କରିଥିଲେ କାଳୀପ୍ରସନ୍ନ ସିହ୍ନା । ସିହ୍ନା ଜଣେ ବଙ୍ଗାଳୀ ଲେଖକ ଓ ଧାର୍ମିକ ପରାୟଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ଜନ୍ମ ୧୮୪୧ ମସିହା ଫେବୃଆରୀ ୨୩ ତାରିଖରେ ହୋଇଥିଲା । ସେହିପରି ଆଉ ଜଣେ ଯୋଗଜନ୍ମ ହେଉଛନ୍ତି ଗଡ୍ଜେ ମହାରାଜ । ୧୮୭୬ ଫେବୃଆରୀ ଆଜିର ଦିନରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଜନ୍ମିତ ଗଡ୍ଜେ ମହାରାଜ ଜଣେ ସମାଜ ସଂସ୍କାରକ ଭାବେ ଜଣାଶୁଣା । ଧନଶାଳୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଦୀନହୀନ ମାମୁଲି ବେଶରେ ରହିବାକୁ ପସନ୍ଦ କରୁଥିଲେ ମହାରାଜ । ଗାଁକୁ ଗାଁ ବୁଲି ସେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରତି ସତର୍କ ରହିବାକୁ କହୁଥିଲେ ।

ଭାରତୀୟଙ୍କୁ ଇରାନ ଛାଡ଼ିବାକୁ…

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିଜେପି ରାଜ୍ୟ କାର୍ଯ୍ୟାଳୟରେ…

ବିଶେଷ କରି ପରିମଳ ସଚେତନତା ଓ ନଦୀକୂଳ, ପୋଖରୀ ତୁଠ ସଫାସୁତରା ରଖିବାକୁ ପରାମର୍ଶ ଦେଉଥିଲେ । ନଦୀ, ଜଳାଶୟ ଅବା ପୋଖରୀରେ ଶୌଚ ପାଇଁ ବାରଣ କରୁଥିଲେ । ମଦ ବିରୋଧରେ ଜନସଚେତନତା କରୁଥିଲେ । ଆଜ ଦିନ ହିନ୍ଦି ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ମଧୁବାଳା ଇହଲୀଳା ସମ୍ବରଣ କରିଥିଲେ । ୧୯୬୯ ମସିହା ଫେବୃଆରୀ ୨୩ ତାରିଖ ଦିନ ମଧୁବାଳା ହୃଦଘାତରେ ପ୍ରାଣ ହରାଇଥିଲେ । ମାତ୍ର ୩୬ ବର୍ଷ ବୟସରେ ମଧୁବାଳା ବଲିଉଡ୍କୁ ଅଲବିଦା କଲେ । ମାତ୍ର ବଲିଉଡ୍ ଆଜି ମଧ୍ୟ ତାଙ୍କ ଅପରୂପ ସୌନ୍ଦର୍ଯ୍ୟ ଓ ନିଖୁଣ ଅଭିନୟକୁ ଝୁରୁଛି ।

୧୯୫୦ ଦଶକରେ ସର୍ବାଧିକ ପାରିଶ୍ରମିକ ଅଭିନେତ୍ରୀ ଭାବେ ମଧୁବାଳା ପରିଚିତ ଥିଲେ । ଦୁଇଦଶନ୍ଧି ଅଭିନୟ କ୍ୟାରିୟର ଭିତରେ ମଧୁବାଳା ପ୍ରାୟ ୭୩ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମଧୁବାଳାଙ୍କ ବାଲ୍ୟନାମ ଥିଲା ମମତାଜ୍ ଜେହାନ୍ ବେଗମ୍ ଦେହଲଭୀ । ୧୯୬୦ ମସିହାରେ ସେ ତକ୍ରାଳୀନ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ । ମଧୁବାଳା ୧୯୩୩ ଫେବୃଆରୀ ୧୪ ତାରିଖରେ ଜନ୍ମଲାଭ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News