Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହୁତୁ ହୁତୁ ହୋଇ ଜଳୁଛି ସୁପରମାର୍କେଟ

ହୁତୁ ହୁତୁ ହୋଇ ଜଳୁଛି ସୁପରମାର୍କେଟ

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗିପୁର ଅଞ୍ଚଳରେ ଥିବା ସୁପରମାର୍କେଟରେ ଗତକାଲି ରାତିରୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ସୁପରମାର୍ଟର ତୃତୀୟ ମହଲାରୁ ନିଆଁ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏହି ନିଆଁ ଦୀର୍ଘ ସମୟ ଧରି ନିୟନ୍ତ୍ରଣରେ ଆସିପାରିନଥିବାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ ହୋଇଯାଇଛି।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଟିମ୍‌ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ପ୍ରାରମ୍ଭରେ କିଛି ଦମକଳ ନିୟୋଜିତ ହୋଇଥିଲେ ମଧ୍ୟ, ପରିସ୍ଥିତି ଗମ୍ଭୀର ହେବାରୁ ପରେ ମୋଟ ୮ଟି ଫାୟାର ଟେଣ୍ଡର୍ ନିଆଁ ଲିଭା କାମରେ ଲାଗିଛି। ଆଜି ସକାଳେ ଆଉ ଅଧିକ ଅଗ୍ନିଶମ ଗାଡ଼ି ଯୋଡ଼ି ହୋଇ ଉଦ୍ୟମ ଜାରି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News