Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଳେଶ୍ୱରର କବୟିତ୍ରୀ କମଳିନୀ ସେନାପତି ମାନବୀ ସମ୍ମାନରେ ସମ୍ବର୍ଦ୍ଧିତ

ଜଳେଶ୍ୱରର କବୟିତ୍ରୀ କମଳିନୀ ସେନାପତି ମାନବୀ ସମ୍ମାନରେ ସମ୍ବର୍ଦ୍ଧିତ

ଳେଶ୍ୱର, : ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କବୟିତ୍ରୀ କମଳିନୀ ସେନାପତିଙ୍କୁ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ, ଭୁବନେଶ୍ୱରର ମହିଳା ସାହିତ୍ୟ ପତ୍ରିକା ମାନବୀ ତରଫରୁ "ମାନବୀ ସମ୍ମାନ-୨୦୨୬" ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ୩୨ ତମ ବାର୍ଷିକ ଉତ୍ସବରେ ସଂସଦର ସଭାପତି ଡ଼ଃ ଦିଗରାଜ ବ୍ରହ୍ମା,ସମ୍ପାଦିକା କବିତା ନାୟକ,ପ୍ରତିଷ୍ଠାତା ସମ୍ପାଦକ ବସନ୍ତ ମାଝି,ମୁଖ୍ୟ ଅତିଥି ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ସଂଘମିତ୍ରା ଭଞ୍ଜ,ମୁଖ୍ୟ ବକ୍ତା ଭାବେ ଡ଼ଃ ଉଷାରାଣୀ ଦାସଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

କବୟିତ୍ରୀ କମଳିନୀ ସେନାପତି ଜଣେ ଛାତ୍ରବତ୍ସଳ ଶିକ୍ଷୟିତ୍ରୀ ଓ ଜଣେ ସୁସାହିତ୍ୟିକା ଭାବେ ସୁନାମ ଅର୍ଜନ କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News