Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାତୀୟସ୍ତରରେ 'ଏ' ଗ୍ରେଡ୍‌ରେ ଓଡିଶାର ୫୫୫

ଜାତୀୟସ୍ତରରେ 'ଏ' ଗ୍ରେଡ୍‌ରେ ଓଡିଶାର ୫୫୫

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସଫଳ ପଂଚାୟତ ତାଲିକା ୨୦୨୩-୨୪ ରେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାର କୁଚିଲିମା। ଏହା ସହ ଓଡିଶାର ୫୫୫ ପଂଚାୟତ ଏ' ଗ୍ରେଡ୍‌ରେ ଥିବା ବେଳେ ଓ ୪୦୦୦ରୁ ଅଧିକ ପଂଚାୟତ ବି' ଗ୍ରେଡରେ ଅଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ପ୍ରେସମିଟ୍‌ କରି ନବୀନ ସରକାରଙ୍କ ସମୟରେ ପଂଚାୟତିରାଜ ସ୍ତରରେ ସଫଳତା ବିଷୟରେ କହିଛନ୍ତି।

ପ୍ରତାପ ଜେନା କହିଚନ୍ତି ଯେ, ପଂଚାୟତ ସ୍ତରରେ ହୋଇଥିବା ଉନ୍ନତିରେ ନବୀନ ସରକାରଙ୍କ ହାତ ରହିଛି। ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକର କୋଚିଲିମା ସର୍ବଭାରତୀୟ ସ୍ତରରେ ୩ୟ ସ୍ଥାନରେ ରହିଛି। ଏହି ଅଂଚଳରେ ମହିଳା ଶିଶୁ ଅନୁକୂଳ, ସ୍ୱଚ୍ଛତା, ବିକାଶ ଏଭଳି ୯ ମାନଦଣ୍ଡକୁ ନେଇ କେନ୍ଦ୍ର ସରକାରଙ୍କ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ।

ସାରା ରାଜ୍ୟରେ ପଂଚାୟତ ସ୍ତରରେ ସଫଳତା ପାଇଁ ଯେଉଁ ତାଲିକା ପ୍ରସ୍ତୁତ ହୋଇଛି। ଏଥିପାଇଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ। ଓଡ଼ିଶାର ୫୫୫ ପଂଚାୟତ ୨୦୨୩ -୨୪ ରେ ସଫଳ ପଂଚାୟତ ତାଲିକାରେ ଏ' ଗ୍ରେଡ୍‌ ତାଲିକାରେ ରହିଛି। ୪୦୦୦ ହଜାରରୁ ଅଧିକ ପଂଚାୟତ ବି' ଗ୍ରେଡ୍‌ ପାଇଛନ୍ତି।

ନବୀନ ସରକାର ସମୟରେ ପଂଚାୟତର ଉନ୍ନତି ହୋଇଛି। ପ୍ରତାପ ଜେନା ସରକାରଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ବର୍ତମାନ ସବୁ ଓଲଟା। 'ଆମ ଓଡ଼ିଶା ନବୀନ ଓଡ଼ିଶା' ଟଙ୍କା ବ୍ଲକରୁ ଫେରିଗଲା। ନବୀନ ଦେଇଥିବା ଟଙ୍କା ଏ ପର୍ଯ୍ୟନ୍ତ ପଡ଼ିରହିଛି। ପାନୀୟ ଜଳ ପ୍ରକଳ୍ପକୁ ବନ୍ଦ କରି ଦିଆଗଲା। ପିଇବା ପାଣି ପାଇଁ ଲୋକ ଡହଳବିକଳ ହେଉଛନ୍ତି। ତେଣୁ ନବୀନ ସରକାର ଅମଳରୁ ପଂଚାୟତ ପାଇଁ ଥିବା ଟଙ୍କା ଖର୍ଚ୍ଚ କରି ପଂଚାୟତର ଉନ୍ନତି ସରକାର କରନ୍ତୁ ବୋଲି ବିଜେଡି ଦାବି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News