Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟର ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଚୁର ପ୍ରାକୃତିକ ସମ୍ପଦ ଦ୍ୱାରା ଆଶୀର୍ବାଦପ୍ରାପ୍ତ ଏହି ରାଜ୍ୟ ପ୍ରଗତି ପଥରେ ଦ୍ରୁତ ଗତିରେ ନିଜର ମାର୍ଗ ପ୍ରଶସ୍ତ କରୁ ବୋଲି ସେ କାମନା କରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି :

"ଝାଡଖଣ୍ଡର ମୋର ସମସ୍ତ ଭାଇ-ଭଉଣୀମାନଙ୍କୁ ରାଜ୍ୟର ପ୍ରତିଷ୍ଠା ଦିବସ ଅବସରରେ ଅନେକ ଶୁଭକାମନା । ଜନଜାତୀୟ ସାମଜର ସଂଘର୍ଷ ଏବଂ ବଳିଦାନ ଦ୍ୱାରା ସେଚିତ ଏହି ଭୂମି ଦେଶକୁ ସର୍ବଦା ଗୌରବାନ୍ୱିତ କରିଛି । ମୋର କାମନା ଯେ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଏହି ରାଜ୍ୟ ପ୍ରଗତି ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରଗତି କରୁ ।"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News