Dailyhunt
ଝଟକିବ ପାରାଦୀପ ବେଳାଭୂମି

ଝଟକିବ ପାରାଦୀପ ବେଳାଭୂମି

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିବ ପାରାଦୀପ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦିନିକିଆ ପାରାଦୀପ ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ଏ ସଂପର୍କରେ ସମୀକ୍ଷା କରିଛନ୍ତି। ପାରାଦୀପ ଲାଇଟ୍‌ ହାଉସ୍‌ ବେଳାଭୂମିରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ, ଏସ୍‌ପି ଅଙ୍କିତ ବର୍ମା ଓ ବିଭିନ୍ନ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିବା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରକୃତିର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମିରେ ବ୍ଲୁ ଫ୍ଲାଗ୍‌ ବିଚ୍‌ ନିର୍ମାଣ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ବ୍ଲୁ ଫ୍ଲାଗ୍‌ ନିର୍ମାଣ କାର୍ଯ୍ୟ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି। ଏହା ସହିତ ବିଭିନ୍ନ କୋଣରୁ ପାରାଦୀପ ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ପି. ଏଲ ହର ନାଦଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥାମାନଙ୍କ ସହ ବିସ୍ତୃତ ଆଲୋଚନା କରାଯିବା ନେଇ ମଧ୍ୟ ସୂଚନା ଦେଇଛନ୍ତି।

୨୦ତମ ତୋଷାଳି ସ୍ବଦେଶୀ ମେଳା:…

ଓଡ଼ିଆ ଯୁବକ ୬ଜଣ ରୁ ୪ଜଣ ଫେରିଲେ…

ଓଡ଼ିଶା ବଜେଟ୍ ୨୦୨୬-୨୭ ପୂର୍ବରୁ…

ପିଏମଏୱାଇ-ଅର୍ବାନ ବନ୍ଧୁ

ପାରାଦୀପରେ ବ୍ଲୁ ଫ୍ଲାଗ୍‌ ନିର୍ମାଣ ହେବାପରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଂଟ ସ୍ଥାପନ କରିବା ସହିତ ଗୋଆ ବିଚ୍‌ ଭଳି ପାରାଦୀପ ବେଳାଭୂମିକୁ ଦେଶ ବିଦେଶରୁ ପର୍ଯ୍ୟଟକମାନଙ୍କ ଆଗମନ ହେବ। ଯାହା ଫଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଏକ ଲାଭଦାୟକ କ୍ଷେତ୍ରର ପରିଚିତି ହାସଲ କରିବ। ରାଜ୍ୟ ସରକାର ଯେଉଁଭଳି ପୁରୀ, ପାରାଦୀପ ଓ ଭୁବନେଶ୍ୱରକୁ ଇକୋନୋମିକାଲ କରିଡର ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏହା ପାରାଦୀପ ବିକାଶରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News