Dailyhunt
ଝୁକିଲେ ସାମ୍ବାଦିକତାରୁ ଦୁର୍ଦ୍ଦାନ୍ତ ମାଓନେତ୍ରୀ

ଝୁକିଲେ ସାମ୍ବାଦିକତାରୁ ଦୁର୍ଦ୍ଦାନ୍ତ ମାଓନେତ୍ରୀ

ମାଲକାନଗିରି: କଲମରୁ ବନ୍ଧୁକ। ବନ୍ଧୁକରୁ ଏବେ ପୁଣି କଲମ। ଏ ଯାତ୍ରା ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଥିବ। ମାତ୍ର ଏମିତି ଜଣେ ମାଓନେତ୍ରୀ ଆଜି ପୁଣି ସମାଜର ମୁଖ୍ୟସ୍ରୋତକୁ ଆଦରି ନେଇଛନ୍ତି। ମାଲକାନଗିରି ସୀମାନ୍ତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଦୁର୍ଦ୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା ଓରଫ ଚନ୍ଦ୍ରା ନିଜର ୩୨ ଜଣ ସାଥିଙ୍କ ସହ ଆତ୍ମସମର୍ପଣ କରିଛନ୍ତି।

ଚାଲାସାନି ନଭତା ବର୍ତମାନ ୬୧ ବର୍ଷ ବୟସରେ ପହଂଚି ଥିବାବେଳେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହୁ ନଥିଲା। ଆତ୍ମସମର୍ପଣ ଛଡ଼ା ଆଉ କ'ଣ କରିଥାନ୍ତେ। ଅଗତ୍ୟା ସରକାରଙ୍କର ବାରମ୍ବାର ଚାପ ପରେ ସେ ଜଂଗଲ ଛାଡିଥିବା କହିଥିଲେ।

ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି…

ମହିଳା ଓ ଶିଶୁ ବିକାଶ ଏବଂ ମିଶନ…

ନ୍ୟାୟ ସଂହିତାକୁ ଲୋକପ୍ରିୟ କରୁଛି…

୧୦୮ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ;…

ଆତ୍ମସମର୍ପଣ କରିଥିବା ଅନ୍ୟ ସାଥିମାନେ ହେଲେ ଡିଭିସିଏମ କୁଡେମ କହ୍ନେୟା, ଡିଭିସିଏମ ହେମଲା ସନୁ, ଡିଭିସିଏମ ମୋଡିୟମ ସୁଖରାମ, ଏସିଏମ ମିଛା ଲକ୍ଷ୍ମୀ, ଏସିଏମ କାରାମ ଉଙ୍ଗା, ଏସିଏମ ମାଡବୀ ବାଣ୍ଡି, ଏସିଏମ ପାଟାମ କମଲି, ଏସିଏମ କୁଞ୍ଜାମ ମଙ୍ଗୁ, ପିପିସେମ ପୋଡିୟମ ଗାଙ୍ଗା, ପିପିସିଏମ ମାଡକମ ଆଡମେ, ପାର୍ଟି ମେମ୍ବର ମାଡବୀ ମୁଡା, ପାର୍ଟି ମେମ୍ବର ମାଡକମ ଊରେ, ମାଡବୀ ଭୀମେ, ନୁପୋ ଉଙ୍ଗି, ମାଡକମ ଉଙ୍ଗେ, ମୁସାକି ପାଣ୍ଡୁ, ଗୋଟା ସାମ୍ମାକା, ମାଡକମ କୁମଲି, ହେମଲା ସୀମା, ମାଡବୀ ରୀତା, ପୁନେମ ଜାମଲି, ମାଡବୀ ସୋମଡି, ପୋଡିୟମ ନନ୍ଦ, ଆବଲାମ ରାମା, ମାଡବୀ ଭୀମା, ମାଡକମ ରୂପେଶ, ସୋଡି ଦିଲୀପ, କୁଞ୍ଜାମ ଉଙ୍ଗି, ମାଡକାମ ରାମା, ମିଡିୟମ ଯୋଗୀ ଏବଂ ମୁସାକି ଯୋଗୀ।

ମାଓନେତ୍ରୀ ନାଭତା ଜଣେ ଦକ୍ଷ ସାମ୍ବାଦିକା ଥିଲେ। ବାପା ସ୍ୱର୍ଗତ ଚାଲସାନୀ ପ୍ରସାଦ ଜଣେ ଲେଖକ ଥିଲେ। ସେ କମ୍ୟୁନିଷ୍ଟ ଚିନ୍ତାଧାରାର ଲୋକ ଥିଲେ। ତାଂକର ଲେଖାରେ ଝିଅ ନାଭତା ପ୍ରଭାବିତ ହୋଇ ସଂଗଠନରେ ଜଡିତ ହୋଇଥିଲେ। ଘର ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍‌ ଠାରେ। ସେଠାରେ ହିଁ ସେ ଉଚ୍ଚ ଶିକ୍ଷା ଗ୍ରହଣ କରିଥିଲେ ଏବଂ ସାମ୍ବାଦିକତା କରୁଥିଲେ। ସ୍ୱାମୀ କେ.ଭି ବାଲା କ୍ରିଷ୍ଣା ଜଣେ ଆଇନଜୀବୀ। ବୟସ ବଢିବା ଯୋଗୁଁ ଜଂଗଲରେ ରହି କାମ କରିବା ଏକ ପ୍ରକାର କଷ୍ଟକର ହେଉଥିଲା। ସେ ଆଂଚଳିକ ପଲିଟିକାଲ ସ୍କୁଲର ସଦସ୍ୟା ଥିଲେ। ତାଂକ ନାମରେ ୨୦ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିବା ଜଣାପଡିଛି। ଡିଭିସିଏମ ସଦସ୍ୟ ନାମରେ ୮ ଲକ୍ଷ ଏବଂ ପାର୍ଟି ମେମ୍ବର ନାମରେ ୫ ଲକ୍ଷ ଟଂକା ରହିଥିଲା। ନାଭତା ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ସଚିବ ଥିଲେ। ନିଜର ଦକ୍ଷତା ଯୋଗୁଁ ସେ ସଂଗଠନର ଜଣେ ଆଗଧାଡିର ନେତ୍ରୀ ଥିଲେ। ତେବେ ତାଂକର ଆତ୍ମସମର୍ପଣ ସଂଗଠନ ପାଇଁ ଶକ୍ତ ଧକ୍କା ବୋଲି କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News