Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିତୁ ମୁଣ୍ଡାଙ୍କ ଶୁଦ୍ଧି କାର୍ଯ୍ୟରେ ସାମିଲ ହେଲେ ଜଙ୍ଗଲ ମନ୍ତ୍ରୀ: ୫୦ ହଜାର ସହାୟତା ପ୍ରଦାନ, ୫୦୦ ଲୋକ ଭୋଜି ଖାଇଲେ

ଜିତୁ ମୁଣ୍ଡାଙ୍କ ଶୁଦ୍ଧି କାର୍ଯ୍ୟରେ ସାମିଲ ହେଲେ ଜଙ୍ଗଲ ମନ୍ତ୍ରୀ: ୫୦ ହଜାର ସହାୟତା ପ୍ରଦାନ, ୫୦୦ ଲୋକ ଭୋଜି ଖାଇଲେ

ପାଟଣା: ଡିଆନାଳି ଗ୍ରାମର ଚର୍ଚିତ ଜିତୁ ମୁଣ୍ଡା ଆଜି ପୁଣିଥରେ ଶୁଦ୍ଧି ହୋଇଛନ୍ତି। ଏହି ଅବସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଜିତୁଙ୍କ ଘରେ ପହଞ୍ଚି ତାଙ୍କୁ ଭେଟିବା ସହ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆଙ୍କ ସହିତ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ, କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ.ଡି.

ଧନରାଜ, ପାଟଣା ବିଡ଼ିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ସ୍ଥାନୀୟ ଲୋକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଆଜି ଜିତୁ ମୁଣ୍ଡାଙ୍କ ସାମାଜିକ ରୀତିନୀତି ଅନୁଯାୟୀ ଶୁଦ୍ଧି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ଆୟୋଜିତ ଭୋଜିଭାତରେ ପ୍ରାୟ ୫୦୦ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ।

ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ କହିଥିଲେ, "ଜିତୁ ମୁଣ୍ଡାଙ୍କ ସଂଘର୍ଷ ସାରା ରାଜ୍ୟକୁ ପ୍ରେରଣା ଦେଇଛି। ଡବଲ ଇଞ୍ଜିନ ସରକାର ଗରିବ ଓ ଆଦିବାସୀଙ୍କ ସାଥିରେ ଅଛି। ଜିତୁଙ୍କ ପରିବାରକୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ।" ଜିତୁ ମୁଣ୍ଡା ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ହାତ ଯୋଡି କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, "ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମନ୍ତ୍ରୀ ସାରଙ୍କ ପାଇଁ ମୁଁ ଆଜି ସମାଜରେ ସମ୍ମାନ ପାଇଲି।"କେନ୍ଦୁଝର ରୁ ଅଞ୍ଜନ କୁମାର ରଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News