Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜିତୁ ମୁଣ୍ଡାଙ୍କୁ ପାଇ ଧନ୍ୟ ହୋଇଗଲା ଡିଆନାଳି

ଜିତୁ ମୁଣ୍ଡାଙ୍କୁ ପାଇ ଧନ୍ୟ ହୋଇଗଲା ଡିଆନାଳି

କେନ୍ଦୁଝର: ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ନିଜ ବଡ଼ ଭଉଣୀଙ୍କ କଙ୍କାଳ କାନ୍ଧରେ ବୋହି ବ୍ୟାଙ୍କକୁ ନେବା ଘଟଣା ସାରାଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଜିତୁ ମୁଣ୍ଡାଙ୍କ ଭାଗ୍ୟ ବଦଳାଇବା ସହିତ ତାଙ୍କ ଗ୍ରାମର ଭାଗ୍ୟ ମଧ୍ୟ ବଦଳାଇ ଦେଇଛି। ଜିତୁଙ୍କୁ ସହାୟତାର ସୁଅ ଛୁଟୁଥିବା ବେଳେ ଗ୍ରାମର ଅବସ୍ଥା ସୁଧୁରୁଛି। ଫଳରେ ଜିତୁଙ୍କ ସହିତ ଗ୍ରାମବାସୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ଏକଦା ଅଲୋଡ଼ା ହୋଇଥିବା ପାଟଣା ବ୍ଲକ୍‌ ଏରେଣ୍ଡେଇ ପଂଚାୟତ ଡିଆନାଳି ଗ୍ରାମକୁ ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତା, ଲୋକପ୍ରତିନିଧିଙ୍କ ଏବେ ଯାତାୟାତ ଲାଗି ରହିଛି। ଜିତୁଙ୍କୁ ସହାୟତା ରାଶି ସହିତ ଭତା, ଘରକୁ ବିଦ୍ୟୁତ୍‌ ସଂଯୋଗ, ଫ୍ୟାନ, ଖଟ, ବିଛଣା ସବୁ ମିଳିଯାଇଛି। ଏଥିସହ ଡିଆନାଳି ଗ୍ରାମରେ ପ୍ରାୟ ୧୫୦ପରିବାର ବସବାସ କରୁଥିବା ବେଳେ ପାଣି ପାଇଁ ଲୋକେ ଅନେକ ହଇରାଣ ହେଉଥିଲେ। ସକାଳ ହେଲେ ମହିଳା ପାଣି ସଂଗ୍ରହରେ ଲାଗିପଡ଼ୁଥିଲେ। ତେବେ ଜିତୁ ମୁଣ୍ଡାଙ୍କ ଖବର ପ୍ରଘଟ ପରେ ଗାଁରେ ଅଚଳ ହୋଇପଡ଼ିଥିବା ନଳକୂପ ମରାମତି କରାଯାଇଛି।

ରଥ ନିର୍ମାଣରେ ନିୟୋଜିତ ୭୮ ମହାରଣା

କଣାସରେ ଯୁବକଙ୍କୁ ହାଣି ବୁଲେଟ୍‌…

ସହରାଂଚଳ ବନ୍ୟା ମୁକାବିଲା କରିବ…

ଖରାଦିନ ପୂର୍ବରୁ ସମସ୍ତ ଅଚଳ ନଳକୂପ ମରାମତି କରାଯାଇଛି ବୋଲି ପ୍ରଶାସନ କହୁଥିବା ବେଳେ ଏବେ ବାସ୍ତବ ଚିତ୍ର ପଦାକୁ ଆସିଛି। ରବିବାର ସକାଳେ ଗ୍ରାମୀଣ ଜଳଯୋଗାଣ ବିଭାଗ ପକ୍ଷରୁ ନଳକୂପ ମରାମତି କରାଯାଇଥିବା ବେଳେ ପୂର୍ବରୁ ଅଭିଯୋଗ କଲେ ମଧ୍ୟ ମରାମତି କରାଯାଉ ନ ଥିଲା ବୋଲି ଗ୍ରାମବାସୀ ସୂର୍ଯ୍ୟମଣୀ ମହାନ୍ତ, ନଳିତା ମହାନ୍ତ ପ୍ରମୁଖ କହିଛନ୍ତି। ଗ୍ରାମ୍ୟ ଜଳଯୋଗାଣ ବିଭାଗରେ ବହୁ ଅଧିକାରୀ ଗୋଟିଏ ସ୍ଥାନରେ ଦୀର୍ଘ ବର୍ଷ ରହୁଥିବାରୁ ମନମାନି ବଢ଼ିଛି। ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଛନ୍ତି ବୋଲି ଆଦିବାସୀ ନେତା ଇଂ. ବିନୋଦ ନାୟକ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News