Dailyhunt
କଂଟେନର ଅଟକାଇଲେ; ୭୦ ଷଣ୍ଢ ଉଦ୍ଧାର କଲେ ଗୋରକ୍ଷକ

କଂଟେନର ଅଟକାଇଲେ; ୭୦ ଷଣ୍ଢ ଉଦ୍ଧାର କଲେ ଗୋରକ୍ଷକ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାରେ ଖୁଲମଖୁଲା ଚାଲିଛି ଗୋ ଚାଲାଣ। ଗୋରୁ ଚାଲାଣରୁ ଷଣ୍ଢଗୁଡ଼ିକ ବାଦ ପଡୁନାହାନ୍ତି। ଗାଈ ପରେ ଷଣ୍ଢ ଉପରେ ଗୋ ମାଫିଆଙ୍କ ଦୃଷ୍ଟି ପଡିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଜାତୀୟ ରାଜପଥ ୪୯ ପୁଆଣି -ବାଲିଆସାହି ରାସ୍ତାରେ ଏକ ଷଣ୍ଢ ବୋଝେଇ କଂଟେନରକୁ ଅଟକାଇ ଗୋ ରକ୍ଷକମାନେ ପୁଲିସ ଜିମା ଦେଇଛନ୍ତି।

ଉକ୍ତ କଂଟେନରରେ ୭୦ରୁ ଅଧିକ ଷଣ୍ଢ ଥିବାର ଶୁଣିବାକୁ ମିଳୁଛି।

ଛତିଶଗଡରୁ କୋଲକାତା ଯାଉଥିଲା। ତିନିଜଣଙ୍କୁ ଅଟକ ରଖି ବାଙ୍ଗିରିପୋଷି ପୁଲିସ ପଚରା ଉଚରା କରୁଛି। ସୂଚନାଯୋଗ୍ୟ ଗତ ଶିବରାତ୍ରୀ ଦିନ ଥାନା ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ଚାରିଟି ଷଣ୍ଢ ଉଦ୍ଧାର କରିଥିଲା ପୁଲିସ। ଡ୍ରାଇଭର ଫେରାର ହୋଇଯିବାରୁ କାହାକୁ ଗିରଫ କରିପାରିଲାନି ପୁଲିସ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News